ମିଲେଟ ମିଶନ କୁ ନେଇ ମହିଳା ସଶକ୍ତିକରଣ ଲକ୍ଷରେ ସ୍ଵାତୀଶ୍ରୀ

ଭୁବନେଶ୍ୱର : ଏକ ମହିଳା ତା ପରିବାରରେ ପର୍ଯ୍ୟାୟକ୍ରମେ ଅନେକ ଭୂମିକା ତୁଲାଇ ଥାଏ | କେବେ ମା ହୋଇ ତ, କେବେ ଭଉଣୀ ହୋଇ, ତ ଆଉ କେବେ ସ୍ତ୍ରୀ ହୋଇ | କିନ୍ତୁ ଏକ ମହିଳା ଘର କଥା ବୁଝିବା ସହ ସମାଜରେ ଏକ ଉଦ୍ୟୋଗୀ ଭାବେ ନିଜକୁ ଗଢିତୋଳିବା ପାଇଁ ଚେଷ୍ଟାକରି ମହିଳା ସଶକ୍ତିକରଣ ଦିଗରେ ଅନ୍ୟ ମାନଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟିକରିଛନ୍ତି ସ୍ୱାତୀଶ୍ରୀ ପାତ୍ର | ସ୍ୱାତୀଶ୍ରୀ ପାତ୍ର ଇଞ୍ଜିନିୟରିଂ ରେ ଶିକ୍ଷା ସମାପ୍ତ କଲାପରେ ବହୁରାଷ୍ଟ୍ରୀୟ ସଂସ୍ଥାରେ କାର୍ଯ୍ୟରତ ଥିଲେ | କିନ୍ତୁ ତାଙ୍କର କିଛି ଭିନ୍ନ କରିବାର ଆଶା ତାଙ୍କୁ ଉଦ୍ୟଗୀକରଣ ଆଡକୁ ଟାଣି ଆଣିଥିଲା | ସେ Swatishree’s innovation private limited ନାମରେ ଏକ ଷ୍ଟାର୍ଟଅପ ଆରମ୍ଭ କରି ଏହାର ଉତ୍ପାଦ ମିଲେଟ କୁ ନେଇ ବ୍ୟବସାୟ ଆରମ୍ଭ କରିଥିଲେ | ଜାତିସଂଘ ଓ ଭାରତ ସରକାର ମଧ୍ୟ ଏହି ବର୍ଷ 2023 କୁ millet year ଭାବରେ ଘୋଷଣା କରିଛନ୍ତି ଓ ଓଡିଶା କୃଷି ବିଭାଗ ତରଫରୁ ମିଲେଟ କୁ କିପରି ଆନ୍ତର୍ଜାତିକ ସ୍ତରରେ ପହଞ୍ଚି ହେବ ସେ ବିଷୟରେ ବିଭିନ୍ନ ପଦକ୍ଷେପ ନିଆଯାଇଛି |
swatishree’s innovation private limited ନଭେମ୍ବର 2021 ରେ ଆରମ୍ଭ ହୋଇଥିଲା ଯାହାକୁ ସ୍ୱାତୀଶ୍ରୀ ନିଜେ ଆରମ୍ଭ କରିଥିଲେ | ଯାହାକୁ ଆରମ୍ଭ କରିବା ପଛରେ ତାଙ୍କ ପରିବାରର ବହୁତ ସମର୍ଥନ ମିଳିଥିଲା ବୋଲି ସ୍ୱାତୀଶ୍ରୀ ପାତ୍ର କହିଥିଲେ | ଏହି କମ୍ପାନୀ ର ମୁଖ୍ୟ ଉତ୍ପାଦ ଗୁଡିକ ହେଉଛି 1- healthy mix , 2- millet mix ଓ ଏହାର ଅନ୍ୟ ଉତ୍ପାଦ ଗୁଡିକ ହେଉଛି 1- healthy mix delight (sugar) ,2-healthy mix royal (without sugar), 3- ragi mix ,4- multi millet atta ,5-ragi flour ଇତ୍ୟାଦି | ଏହାର ଦାମ ମଧ୍ୟ ଲୋକଙ୍କୁ ସୁହାଇଲା ଭଳି ରଖା ଯାଇଛି | ଏହି ସବୁ product ଲୋକ ମାନଙ୍କ ପାଖକୁ local-Door delivery/ Through distributor/courier/parcel/Transport ମାଧ୍ୟମରେ ପହଁଚୁଛି |
କମ୍ପାନୀ ର ଭବିଷ୍ୟତ କୁ ନେଇ ଲକ୍ଷ ରହିଛି ଯେ ସେ ତାଙ୍କ product ଲୋକଙ୍କ ହୃଦୟକୁ ଛୁଇଁବା ସଂଗେ ସଂଗେ ପ୍ରତିଟି ଘରେ ଘରେ ଆଦୃତ ହେବ | ଏବଂ ସରକାର ଯଦି ପ୍ରୋତ୍ସାହନ ଦିଅନ୍ତି ତେବେ ଭବିଷ୍ୟତ ରେ ସେ ଅଧିକ ଆଗକୁ ବଢି ପାରିବେ ଓ ତାଙ୍କ product ଆନ୍ତର୍ଜାତିକ ବଜାର ରେ ଆଦୃତ ହୋଇ ପାରିବ | ଶେଷରେ ସେ ମହିଳା ସଶକ୍ତିକରଣ ଦିଗରେ କହିଥିଲେ ଯେ ଯେଉଁ ମହିଳା ମାନେ ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଛନ୍ତି କେବେବି ହାର ନମାନନ୍ତୁ | ବହୁତ ବାଧା ଆସିବ କିନ୍ତୁ ହାର ନ ମାନି ଆଗେଇ ଚାଲିଲେ ସଫଳତା ନିଶ୍ଚୟ ମିଳିବ ଏଥିରେ କୌଣସି ସନ୍ଦେହ ନାହିଁ |

Leave a Reply

Your email address will not be published. Required fields are marked *