ବଲାଙ୍ଗିର: ହଷ୍ଟେଲ ଭିତରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭୀମଭୋଇ ମେଡିକାଲ କଲେଜ ଲେଡିଜ୍‌ ହଷ୍ଟେଲରେ ଘଟିଛି ଅଘଟଣ। ମୃତ୍ୟୁର କାରଣ ଅସ୍ପଷ୍ଟ। ଶବ ଜବତ କରି ପୁଲିସର ଛାନଭିନ ଆରମ୍ଭ।

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ହଇଚଇ ସୃଷ୍ଟି ହୋଇଛି। ଲେଡିଜ ହଷ୍ଟେଲ ଝରକାରେ ଝୁଲୁଥିବା ଅବସ୍ଥାରେ ସମ୍ପୃକ୍ତା ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏନେଇ ପରିବାରବର୍ଗ କିମ୍ବା ମେଡିକାଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି।

ମୃତା ଛାତ୍ରୀଜଣକ ହେଲେ ନିରୁପମା ନନ୍ଦ । ନିରୁପମା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଲେ ବଲାଙ୍ଗିର ତାଲପାଲିପଡାରେ ରହୁଥିବା ସମାରୁ ନନ୍ଦଙ୍କ ଝିଅ । ସେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ତୃତୀୟ ବର୍ଷ ଛାତ୍ରୀ ଥିଲେ।

ଗତକାଲି ରାତିରେ ମେଡିକାଲ କଲେଜର ଲେଡିଜ ହଷ୍ଟେଲ ଝରକାରେ ନିରୁପମା ଝୁଲି ପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଚିଂବା ପରେ ନିରୁପମାକୁ ଓହ୍ଲାଯାଇଥିଲା। ପୋଲିସ ଉପସ୍ଥିତିରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପରିବାର ଲୋକେ କିମ୍ୱା କଲେଜ କର୍ତ୍ତୃପକ୍ଷ କଲେଜ ଛାତ୍ରୀଙ୍କ ମୃତ୍ୟୁ ନେଇ କେହି ମୁହଁ ଖୋଲୁନାହାନ୍ତି । ମୃତଦେହ ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Leave a Reply

Your email address will not be published. Required fields are marked *