ରୋଟାରି କ୍ଲବ ଏକାମ୍ରକ୍ଷେତ୍ର ଏବଂ ଏଜ କେୟାର ଆସୋସିଏଟସ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର : ରୋଟାରି କ୍ଲବ ଭୁବନେଶ୍ୱର ଏକାମ୍ରକ୍ଷେତ୍ର ଏବଂ ଏଜ କେୟାର ଆସୋସିଏଟସ, ଓଡ଼ିଶାର ମିଳିତ ଅନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରରେ ଆମ୍ରି ହସ୍ପିଟାଲ , ଭୁବନେଶ୍ୱର ସହଯୋଗର ହାତ ବଢାଇଥିଲେ | ଆମ୍ରି ହସ୍ପିଟାଲର ଡ଼ା . ସବିତ କୁମାର ଦାସ, ଡ଼ା . ବିଭୁଦତ୍ତ ମଲ୍ଲ , ଡ଼ା . ଅକ୍ଷିତା ବେହେରା ଏବଂ ସେମାନଙ୍କର ସହଯୋଗୀଙ୍କ ଦ୍ୱାରା ଚକ୍ଷୁ, ଦାନ୍ତ, ସଂପୂର୍ଣ୍ଣ ଶରୀର, ହାଡର ଖଣିଜ ଘନତ୍ଵ ଏବଂ ମଧୁମେହ ଇତ୍ୟାଦି ପରୀକ୍ଷା କରଯାଇ ପରାମର୍ଶ ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମକୁ ରୋଟାରି ଏକାମ୍ରକ୍ଷେତ୍ରର ସଭାପତି ଡ଼. ଅଚ୍ୟୁତାନନ୍ଦ ପଟ୍ଟନାୟକ ଏବଂ ଏଜ କେୟାର ଆସୋସିଏଟସର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁ ଉଦଘାଟନ କରିଥିଲେ |

କାର୍ଯ୍ୟକ୍ରମର ରୋଟାରି ଏକାମ୍ରକ୍ଷେତ୍ରର ଡ଼. ରେଖା ଦାସ , ଡ଼. ମମତା ଦାସ , ତପସ୍ଵିନୀ ପଣ୍ଡା , ସରୋଜଲକ୍ଷ୍ମୀ ପଟନାୟକ , ରାଜଲକ୍ଷ୍ମୀ ମହାପାତ୍ର , ସୂର୍ଯ୍ୟନାରାୟଣ ସାହୁ, ମଧୁଛନ୍ଦା ବଳ ଏବଂ ଏଜ କେୟାର ଆସୋସିଏଟସର ସଂପାଦକ ଡ଼. ବିଜୟ କୁମାର ସ୍ୱାଇଁ , ଉପସଭାପତି ଶ୍ରୀ ବିଷ୍ଣୁଚରଣ ମହାନ୍ତି, ସହସଂପାଦକ ଇଂ . ଗାନ୍ଧୀ ଚୌଧୁରୀ , ଶ୍ରୀ ପ୍ରମୋଦ କୁମାର ରାଉତ, ଶ୍ରୀମତି ଉଲ୍ଲାସ ସ୍ୱାଇଁ ଏବଂ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ | ଆମ୍ରି ହସ୍ପିଟାଲର ଶ୍ରୀ ସୁଶାନ୍ତ କୁମାର ମହାନ୍ତି ସମସ୍ତ ସହଯୋଗ ଯୋଗାଇ ଦେଇଥିବାରୁ ଉଭୟ ଅନୁଷ୍ଠାନ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପ୍ରାୟ 100ରୁ ଉର୍ଧ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ |

Leave a Reply

Your email address will not be published. Required fields are marked *