ମାଇକ୍ରୋ ପ୍ଲାଷ୍ଟିକ ଏବଂ ପ୍ଲାଷ୍ଟିକ୍ ବର୍ଯ୍ୟବସ୍ତୁ ପ୍ରଭାବ ବିରୁଦ୍ଧରେ ଜରୁରୀ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆହ୍ବାନ

ଭୁବନେଶ୍ଵର: ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଅବସରରେ ଇଣ୍ଡିଆ କ୍ଲିନ୍ ଏୟାର ନେଟୱର୍କ ପକ୍ଷରୁ ଜରୁରୀ ସ୍ଵାସ୍ଥ୍ୟ ସମସ୍ୟାକୁ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରା ଯାଇଅଛି। ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ମାଇକ୍ରୋ ପ୍ଲାଷ୍ଟିକ୍ ଦ୍ଵାରା ସୃଷ୍ଟି ପରିବେଶ ଅସ୍ଥିରତା ଉପରେ ଆଲୋଚନା ପାଇଁ ଡାକ୍ତର ମାନଙ୍କର ଏକ ପ୍ୟାନେଲ୍ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ । ଡାକ୍ତର ପ୍ୟାନେଲ୍ ମଧ୍ୟ ଗୁରୁତର ସ୍ୱାସ୍ଥ୍ୟ ପରାମର୍ଶ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସ୍ଵାସ୍ଥ୍ୟ ପରାମର୍ଶଦାତା ଅନେକ ଉପାୟ ପ୍ରଦାନ କରିଛନ୍ତି, ଯେଉଁଥିରେ ନାଗରିକ, ବିଦ୍ୟାଳୟ ଏବଂ ସରକାର ମଧ୍ୟ ବାୟୁ ପ୍ରଦୂଷଣର ପ୍ରଭାବକୁ ରୋକିପାରିବେ, ତା’ଛଡ଼ା ପ୍ରତିକାରାତ୍ମକ ଉପାୟ ଓ ଦୈନନ୍ଦିନ ଜୀବନରେ ଏହିଭଳି କିଛି ଅଭ୍ୟାସ ଗ୍ରହଣ କରି ଉତ୍ତମ ଜୀବନ ଯାପନ କରିପାରିବେ। ଆଇ.ସି.ଏନ୍.ଏ. ଏଥିସହ ସହରୀକରଣ ଓ କଠିନ ବର୍ଜ୍ୟବସ୍ତୁ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ୟୁ.ଏନ୍.ଇ.ପି. ଅନୁଯାୟୀ ବିଶ୍ଵରେ ବାର୍ଷିକ ୪୦୦ ମିଲିଅନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଉତ୍ପାଦନ ହେଉଛି । ଏକକ ବ୍ୟବହାର ପ୍ଲାଷ୍ଟିକର ବିସ୍ତାର ଓ ବ୍ୟବହାର ଏକ ଚାପଗ୍ରସ୍ତ ପରିବେଶରେ ପରିଣତ ହୋଇଛି । ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ ଜମିରେ ଖତ ହେବାପାଇଁ ହଜାର ବର୍ଷ ସମୟ ନେଇଥାଏ, ତା ପରେ ମଧ୍ୟ ଏହା ସମ୍ପୂର୍ଣ୍ଣ କ୍ଷୟ ହୁଏନାହିଁ । ଏହା ପରିବର୍ତ୍ତେ ମାଇକ୍ରୋ ପ୍ଲାଷ୍ଟିକ୍‌ରେ ଫଟୋ ଡିଗ୍ରେଟ୍ କରେ ଯାହାକି ବିଷାକ୍ତ ପଦାର୍ଥ ହୋଇ ପରିବେଶକୁ ପ୍ରଦୂଷିତ କରେ । ଲୋ ଡେନ୍‌ସିଟ୍ ପଲିଥୁନ୍ କିମ୍ବା ପଲିଥୁନ୍ ଟେରାଫାଇଟ୍ ପ୍ରଭୃତି ୧ କେ.ଜି. ପ୍ଲାଷ୍ଟିକର ତିଆରି ପାଇଁ ୬ କେ.ଜି.ର ଅଙ୍ଗାରକାମ୍ଳ ନିର୍ଗତ ହୋଇଥାଏ । ପ୍ଲାଷ୍ଟିକଟି ଜଳାଇଲା ପରେ ବିଷାକ୍ତ ପଦାର୍ଥ ଯଥା- ପଲିକ୍ଲୋରିନେଟେଡ୍ ବାଇ ଫିନାଇଲ୍, ପଲି ସାଇକ୍ଲିକ୍ ଏରୋମେଟିକ୍ ହାଇଡ୍ରୋ କାର୍ବନ୍ ପ୍ରଭୃତି ବିଷାକ୍ତ ପଦାର୍ଥ ନିର୍ଗତ ହୁଏ, ଯାହା କ୍ୟାନ୍‌ସର୍, ହରମୋନ ଅଭାବ ପ୍ରଭୃତି ସମସ୍ୟାର କାରଣ ହୋଇଥାଏ । ଏଥୁସହିତ ପ୍ଲାଷ୍ଟିକ ପ୍ରଦ୍ୟୁଷଣ, ବାୟୁ ପ୍ରଦୂଷଣ, ମୂର୍ତିକା ପ୍ରଦୂଷଣ, ଜଳ ପ୍ରଦୂଷଣ, ଗ୍ରୀନ୍ ହାଉସ୍‌ର ବିପଦ ପ୍ରଭୃତିର କାରଣ। ଆଇ.ସି.ଏ.ଏନ୍ ରିପୋର୍ଟ ଅନୁଯାୟୀ ଭୁବନେଶ୍ଵର ସହରରେ ପାଖାପାଖୁ ଦୈନିକ ୫୦୦ ଟନ୍‌ ଆବର୍ଜନା ବାହାରିଥାଏ । ଏଥିରେ ହାରାହାରି ୬୧.୮୧% ବାୟୋ ଡିଗ୍ରେଡେବୁଲ, ୨୭.୧୫% ନିସ୍କ୍ରିୟ ପଦାର୍ଥ, ୭.୮% ପ୍ଲାଷ୍ଟିକ୍ ଓ ଚମଡ଼ା ଏବଂ ୧.୨୫% ଧାତୁ ଓ କାଚ । ଭୁବନେଶ୍ଵରରେ ଦିନକୁ ପ୍ରାୟ ୩୦ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାରିଥାଏ ।

ଡା. ମମତା ପଣ୍ଡା, ସିନିୟର କନ୍‌ସଲ୍‌ଟାଣ୍ଟ, କେୟାର ହସ୍ପିଟାଲ୍ କହିଥିଲେ ଯେ, ମାଇକ୍ରୋପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବ ପିଲାମାନେ ବିଶେଷ ଭାବେ ଅସୁରକ୍ଷିତ । ବାୟୁମଣ୍ଡଳରେ ଥିବା ଏହାର କ୍ଷୁଦ୍ର କଣିକା ପିଲାମାନଙ୍କୁ ଶ୍ଵାସ ନେବା ସମୟରେ ଜଡ଼ ମାଧ୍ୟମରେ ପିଇବା ସମୟରେ ଓ ଖାଇବା ସମୟରେ ମଧ୍ୟ ପ୍ରବେଶ କରି ବିକାଶଶୀଳ ଶରୀରରେ ସମ୍ଭବତଃ ଦୀର୍ଘକାଳୀନ ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି । କେବଳ ପରିବେଶ ପ୍ରଦୂଷକ ନୁହଁ ହରମୋନ ବ୍ୟାହତ କରିଥାଏ ରୋଗ ପ୍ରତିରୋଧକ କାର୍ଯ୍ୟକୁ ଦୁର୍ବଳ କରିଥାଏ ଓ ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ଡା. ପଣ୍ଡା କହିଥିଲେ । ପ୍ଲାଷ୍ଟିକ୍ ପ୍ରଦୂଷଣ ଓ ମାଇକ୍ରୋ ପ୍ଲାଷ୍ଟିକର ବିସ୍ତାର ଉପରେ ଆମ୍ଭେମାନେ ଜରୁରୀ ଧ୍ୟାନ ଦେବା ଆବଶ୍ୟକ। ଏଗୁଡ଼ିକ କେବଳ ପ୍ରଦୂଷକ ଭାବେ ଆମ ଇକୋ ସିଷ୍ଟମକୁ ଦୂଷିତ କରେନାହିଁ ବରଂ ସମ୍ବଳ ଦକ୍ଷତା ଓ ସ୍ଥିରତାକୁ କ୍ଷୁଣ୍ଣ କରିବା ସହ ଏକ ବୃତ୍ତର ନୀତିକୁ ମଧ୍ୟ ବ୍ୟାହତ କରେ ବୋଲି ମେଡିକାଲ୍ ଅଫିସ୍‌ର ଡା. ଅର୍ପିତା ଶୁଭଦର୍ଶିନୀ ମତବ୍ୟକ୍ତ କରିଥିଲେ। ପ୍ଲାଷ୍ଟିକ୍ ପ୍ରଦୂଷଣ ବିଶେଷକରି ମାଇକ୍ରୋ ପ୍ଲାଷ୍ଟିକ୍ ଆମର ନୀତିଦିନିଆ ଜୀବନରେ ସୁପ୍ତ ଭାବରେ ପ୍ରବେଶ କରି ଆମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ଵପୂର୍ଣ୍ଣ ବିପଦ ସାଜିଥାଏ । କ୍ଷତିକାରକ ରାସାୟନିକ ପଦାର୍ଥ ବହନ କରୁଥିବା ଏହି କଣିକା ବିଭିନ୍ନ ଅଙ୍ଗରେ ଜମା ହୋଇ ଜଟିଳ ଶାରୀରିକ ସମସ୍ୟା ଯଥା- କର୍କଟ ଓ ହୃତ୍ ରୋଗ ଭଳି ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ କରିବା, ସଚେତନତା ବିସ୍ତାର କରିବା ଓ ସ୍ଥାୟୀ ସମାଧାନ ପାଇଁ ଓକିଲାତି କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କେୟାର ହସ୍ପିଟାଲ୍‌ର ସିନିୟର କନ୍‌ସଲ୍‌ଟାଣ୍ଟ ଡା. ପ୍ରଜ୍ଞାନ୍ କୁମାର ରାଉତରାୟ ମତବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *