ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ 73ତମ ଗଣତନ୍ତ୍ର ଦିବସ କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ଦାଶଙ୍କ ସଭାପତିତ୍ବରେ VSS ନଗରରେ ପାଳିତ ହୋଇଯାଇଛି |ଉକ୍ତ ସଭାକୁଦୂରଭାଷରେସମ୍ବୋଧନ କରିଥିଲେ ଅବସର ପ୍ରାପ୍ତ ପ୍ରଶାସକ ଶ୍ରୀ ପ୍ରସନ୍ନ କୁମାର ହୋତା, ବିଶିଷ୍ଟ ଭାଷାବିତ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ସମାଜସେବି ତଥା ଗଣିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ଶିକ୍ଷାବିତ ଶ୍ରୀମତୀ ସାବିତ୍ରୀ ମହାପାତ୍ର (ଦିଗପହଣ୍ଡି, ବ୍ରହ୍ମପୁର)ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ପ୍ରଭା ଶତପଥି (ଢେଙ୍କାନାଳ )ଓ ସାମ୍ବାଦିକ ଯୋଗେନ୍ଦ୍ରନାଥ (ଓଡିଶା ଏକ୍ସପ୍ରେସ)|ଆଜି ଲୋକଶିକ୍ଷା ଓ ସଚେତନତା ଅଭାବରୁ ଗଣତନ୍ତ୍ର କିପରି ବିପଦରେ ତାହା ବକ୍ତା ମାନଙ୍କର ମୁଖ୍ୟ ଆଲୋଚନାର ବିଷୟଥିଲା | କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଶୀର୍ଷମୟ ମହାପାତ୍ର, ସାମାଜିକକର୍ମୀ ଶ୍ରୀ କୈଳାଶ ଚନ୍ଦ୍ର ମିଶ୍ର, ବ୍ୟବସାୟୀ ତ୍ରିନାଥ ସାହୁ, ଘନଶ୍ୟାମ ସାହୁ, ଇପ୍ସିତା ପ୍ରିୟଦର୍ଶିନୀ, ଦେବଶ୍ରୀ ଦାଶ, ଅଞ୍ଜଳିପ୍ରଭା ଦାଶ, ଯୋଗଦେଇ ଗଣତନ୍ତ୍ରର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ |

Leave a Reply

Your email address will not be published. Required fields are marked *