ରାଜ୍ୟରେ ଆଉ ୪ରୁ ୫ ଦିନ ବଢିବ ଗ୍ରୀଷ୍ମ ପ୍ରବାହ ; ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ବଢିପାରେ ତାପାମାତ୍ରା

ରାଜ୍ୟରେ ଆହୁରି ବଢିବ ଗ୍ରୀଷ୍ମ ପ୍ରବାହ । ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଆଗାମୀ ଦୁଇ ଦିନ ମଧ୍ୟରେ ଆହୁରି ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ଯେ ଉପକୂଳ ଓଡ଼ିଶାରେ ଆଗାମୀ ଦିନରେ ୨ ରୁ ୩ ଡିଗ୍ରୀ ତାପାମାତ୍ରା ବଢିବାର ସମ୍ଭାବନା ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଆବଶ୍ୟକ ନଥିଲେ 11ଟା ପରଠାରୁ ଅପରାହ୍ନ ୩ଟା ଯାଏଁ ଘରୁ ବାହାରିବାକୁ ଅନୁରୋଧ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡା, ମୟୁରଭଞ୍ଜ, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେଓଗଡ଼ ଏବଂ ବଲାଙ୍ଗିରରେ ସବୁଠୁ ଅଧିକ ତାପମାତ୍ରା ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *