ଜାଣନ୍ତୁ କେମିତି କାହାକୁ ମିଳିବ ଆୟୁଷ୍ମାନ୍ ସ୍ବାସ୍ଥ୍ୟ କାର୍ଡ : ଘର ଘର ବୁଲି କାର୍ଡ ବାଣ୍ଟିବେ ଆଶା ଦିଦି

ଭୁବନେଶ୍ୱର : ଆୟୁଷ୍ମାନ ଯୋଜନାକୁ ନେଇ ଦ୍ବନ୍ଦ୍ବ ଦୁର କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କେମିତି ଫାଇଦା ପାଇବେ ହିତାଧିକାରୀ, ଆୟୁଷ୍ମାନ କାର୍ଡକୁ କେମିତି ଉପଯୋଗ କରିବେ ସେନେଇ ସବିଶେଷ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେବେ । ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତଦ୍ବୟ ଯୋଜନା, ନବୀନ କାର୍ଡ ଏବଂ ରାସନ କାର୍ଡ ଥିବା ହିତାଧିକାରୀ ପାଇ ପାରିବେ ଆୟୁଷ୍ମାନ ଯୋଜାନର ଲାଭ । ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ ।

  • ୧ କୋଟି ୩ ଲକ୍ଷ ପରିବାରକୁ ମିଳିବ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସୁବିଧା
  • ମୋଟ ୩ କୋଟି ୫୦ ଲୋକ ପାଇବେ ଆୟୁଷ୍ମାନ ଯୋଜନାର ଲାଭ
  • ୭୦ ବର୍ଷରୁ ଉର୍ଦ୍ଧ୍ବ ୨୩ ଲକ୍ଷରୁ ଅଧିକ ଲୋକ ହେବେ ଉପକୃତ
  • ଏମାନଙ୍କ ମଧ୍ୟରୁ ୬ ଲକ୍ଷଙ୍କୁ ଅନ୍‌ଲାଇନ୍‌ରେ ମିଳିବ କାର୍ଡ
  • ୭୦ ବର୍ଷର ଅଧିକ ଇନକମ୍‌ ଟାକ୍ସ ଦେଉଥିଲେ ବି ପାଇବେ ଆୟୁଷ୍ମାନ କାର୍ଡ
  • ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା
  • ପରିବାରରେ ୭୦ ବର୍ଷରୁ ଅଧିକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା
  • ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିଲେ ମିଳିବ କାର୍ଡ
  • ଅନ୍ତଦ୍ବୟ ଯୋଜନା କାର୍ଡ ରହିଥିଲେ ମିଳିବ ଆୟୁଷ୍ମାନ
  • ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାଁ ରହିଥିଲେ ବି ମିଳିବ ସୁବିଧା
  • ନବୀନ କାର୍ଡ ପାଇଥିବା ହିତାଧିକାରୀ ମଧ୍ୟ ଯୋଜନାର ଲାଭ ଉଠାଇ ପାରିବେ
  • ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ
  • ଘର ଘର ବୁଲି କାର୍ଡ ଦେବେ ଆଶା ଦିଦି
  • ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ମିଳିବ ସୁବିଧା
  • କିମ୍ବା ପୁରୁଣା ବିଏସକେୱାଇ କାର୍ଡ ଦେଖାଇଲେ ବି ହସ୍ପିଟାଲରେ ମିଳିବ ଚିକିତ୍ସା

Leave a Reply

Your email address will not be published. Required fields are marked *