ଛାଡପତ୍ର ନେବା ପରେ ଏବେ ଲିିଭ୍‌-ଇନ୍‌ରେ ରହିବେ ହ୍ରିତିକ୍‌

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ୍। ତାଙ୍କୁ ଗ୍ରୀକ୍ ଗଡ୍ ବୋଲି ମଧ୍ୟ କୁହାଯାଏ। ସେ ସର୍ବଦା ନିଜ ଷ୍ଟାଇଲିସ୍ ଲୁକ୍ ପାଇଁ ଓ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସୁଜେନ୍ ଖାନ୍‌ଙ୍କ ଠାରୁ ଛାଡପତ୍ର ନେବା ପରେ ସେ ଏବେ ପୁଣି ଥରେ ପ୍ରେମରେ ପଡିଥିବା ଖବର କିଛି ଦିନ ପୂର୍ବେ ସାମ୍ନାକୁ ଆସିଥିଲା। ସବା ଆଜାଦଙ୍କୁ ସେ ଡେଟ୍ କରୁଥିବା ନେଇ ଶୁଣିବାକୁ ମିଳିଥିଲା। ତେବେ ଏହି ଖବର ଉପରେ ଏବେ ମୋହର ମାରିଛନ୍ତି ହ୍ରିତିକ। ସେ ଖୁବଶୀଘ୍ର ସବାଙ୍କ ସହ ଲିଭ୍‌-ଇନ୍‌ରେ ରହିବେ ବୋଲି ଶୁଣିବାକୁ ମିଳିଛି।

ସବା ଆଜାଦଙ୍କ ସହ ଲିଭ-ଇନ୍‌ରେ ରହିବେ ହ୍ରିତିକ। ହ୍ରିତିକ ଏବଂ ସବା ସେମାନଙ୍କର ସମ୍ପର୍କକୁ ଗ୍ରହଣ କରିଛନ୍ତି ଏବଂ ଉଭୟ ପ୍ରାୟତଃ ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଉଥିବାର ନଜର ଆସୁଛନ୍ତି। ଯେକୌଣସି ବଲିଉଡ ଇଭେଣ୍ଟରେ ମଧ୍ୟ ଦୁହିଁଙ୍କୁ ଏକାଠି ହିଁ ଦେଖିବାକୁ ମିଳେ। ଏବେ ହ୍ରିତିକି ନିଜ ପ୍ରେମ ସମ୍ପର୍କକୁ ଆହୁରି ନିବିଡ କରିବା ପାଇଁ ଯୋଜନା କରିଛନ୍ତି। ଏଥିପାଇଁ ସବାଙ୍କ ସହ ଲିଭ୍‌-ଇନ୍‌ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଆପର୍ଟମେଣ୍ଟ ମଧ୍ୟ ଦେଖିଛନ୍ତି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁହେଁ ଲିଭ୍‌-ଇନ୍‌ରେ ରହିବାକୁ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଉଭୟ ନିଜ ପାଇଁ ଏକ ଲଗଜରୀ ଆପାର୍ଟମଣ୍ଟ ବାଛିଛନ୍ତି। ହ୍ରିତିକଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ ସେ ତାଙ୍କ ଲେଡି ଲଭ ସବାଙ୍କ ସହ ଦୀର୍ଘ ସମୟ ରହିବାକୁ ଚିନ୍ତା କରୁଛନ୍ତି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରାଯାଇଛି କି ସବା ଏବଂ ହ୍ରିତିକ ମୁମ୍ବାଇର ‘ମନ୍ନାତ’ ନାମକ ଏକ ବିଲ୍ଡିଂରେ ଥିବା ଆପାର୍ଟମେଣ୍ଟରେ ରହିବେ।

ଏହି ଆପାର୍ଟମେଣ୍ଟ ଜୁହୁ ଭର୍ସୋଭା ଲିଙ୍କ ରୋଡରେ ଅବସ୍ଥିତ। ହ୍ରିତିକ ଏହାକୁ ୯୭.୫୦ କୋଟିରେ କିଣିଛନ୍ତି। ଏହି ଆପାର୍ଟମେଣ୍ଟଗୁଡିକ ୧୫ ଏବଂ ୧୬ ମହଲାରେ ଅଛି। ଏହି ଆପାର୍ଟମେଣ୍ଟର କାମ ଆରମ୍ଭ ହୋଇଯାଇଛି। ସମ୍ପୂର୍ଣ୍ଣ କାମ ସରିବା ପରେ ଦୁହେଁ ଏହି ନୂଆ ଘରକୁ ଯାଇ ଏକାଠି ରହିବେ।

Leave a Reply

Your email address will not be published. Required fields are marked *