ବିଜେବି ନଗର N-Gen(Generation) ପୋଷ୍ଟ ଅଫିସ ଉଦ୍ଘାଟନ

ଭୁବନେଶ୍ବର: ଆଜି ଭୁବନେଶ୍ବର ପୋଷ୍ଟାଲ ଡିଭିଜନ ଅଧୀନରେ ଥିବା ବିଜେବି ନଗର ପୋଷ୍ଟ ଅଫିସକୁ N-Gen ପୋଷ୍ଟ ଅଫିସ ଭାବେ ପୁନର୍ନିର୍ମାଣ ଓ ପୁନର୍ବିନ୍ୟାସ କରାଯାଇଛି। ଏହି ପୋଷ୍ଟ ଅଫିସଟିକୁ ଆଜି ଶ୍ରୀ ନିର୍ମଲଜିତ ସିଂହ, ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ, ଓଡ଼ିଶା ପରିମଣ୍ଡଳଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି। ଏହି ଅବସରରେ ଶ୍ରୀ ରଞ୍ଜନ କୁମାର ବଳ, ଅଧ୍ୟକ୍ଷ, ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଏବଂ ଶ୍ରୀ ରତନ ଜାନା, ବରିଷ୍ଠ ଡାକ ଅଧୀକ୍ଷକ, ଭୁବନେଶ୍ବର ମଣ୍ଡଳ ଉପସ୍ଥିତ ଥିଲେ। ଏହି ପୋଷ୍ଟ ଅଫିସଟି ମିଲେନିଆଲ୍ ପିଢ଼ିର ପରବର୍ତ୍ତୀ ପିଢ଼ିକୁ ଡିଜିଟାଲ୍ ଦକ୍ଷତା ସହିତ ଓ ଦ୍ରୁତ ପ୍ରଯୁକ୍ତିଗତ ପରିବର୍ତ୍ତନ ସହ ଖାପ ଖାଇପାରୁଥିବା ନୂତନ ପିଢ଼ି ଛାତ୍ରଛାତ୍ରୀଙ୍କୁ ଉତ୍ସର୍ଗ କରାଯାଇଛି। ପୋଷ୍ଟ ଅଫିସଗୁଡ଼ିକର ପୁନର୍ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକ ସଚେତନ, ଯୁବମୁଖୀ ପୋଷ୍ଟାଲ ପରିବେଶ ସୃଷ୍ଟି କରିବା, ଯାହା N-Gen ପିଢ଼ିର ଆଶା,ଅଭିଳାଷ ସହ ସମନ୍ଵୟ ରଖିବ। ବିଜେବି ନଗର ପୋଷ୍ଟ ଅଫିସକୁ N-Gen ପୋଷ୍ଟ ଅଫିସ ଭାବେ ପରିବର୍ତ୍ତନ କରାଯାଇଥିବା ପରେ, ସାଧାରଣ ସେବା ସହିତ ଏଠାରେ କ୍ଳବ ପରିବେଶ, ଚେସ୍ ବୋର୍ଡ, କ୍ୟାରମ ବୋର୍ଡ, ଉପନ୍ୟାସ ସହିତ ପୁସ୍ତକ ଆଲମାରୀ, କଫି, ପାନୀୟ ଜଳ ବ୍ୟବସ୍ଥା, ଭାଓଲିନ୍ ବଜାଇବା ସୁବିଧା ଇତ୍ୟାଦି ଉପଲବ୍ଧ କରାଯାଇଛି । ସେହିପରି ସାଧାରଣ ସେବାମାନ ଯେପରିକି ସେଭିଂସ୍‌ ବ୍ୟାଙ୍କ, ବୀମା, ଡାକ ସେବା ଏବଂ ଆଧାର ସେବା ଇତ୍ୟାଦି ଜାରି ରହିବ। ଏହି ସୁବିଧା ନିଶ୍ଚିତଭାବେ ବିଜେବି କଲେଜର ପରବର୍ତ୍ତୀ ପିଢ଼ି ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବ ।

Leave a Reply

Your email address will not be published. Required fields are marked *