ଜନମଙ୍ଗଳ ପରିଷଦ ପକ୍ଷରୁ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର : ଛତିଶଗଡ଼ର ଦାନ୍ତେୱାଡା ଠାରେ ନକ୍ସଲ ମାନଙ୍କ ଆକ୍ରମଣରେ ଶହୀଦ ହୋଇଥିବା ୧୦ ଜଣ ବୀର ଯବାନ ମାନଙ୍କୁ ଝୁରୁଛି ସାରା ଦେଶ | ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଦିଆଯାଇଛି ଗଭୀର ଶ୍ରଦ୍ଧାଞ୍ଜଳୀ | ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ଜନମଙ୍ଗଳ କ୍ୟାମ୍ପରେ ବୀର ଶହୀଦ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା | ‘ଶହୀଦ ଯବାନ ଅମର ରହେ’ ସ୍ଲୋଗାନ ସହ ବହୁ ସଂଖ୍ୟାରେ ସାଧାରଣ ଲୋକ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ସଭାରେ ସାମିଲ ହୋଇଥିଲେ | ଏହି ଅବସରରେ ଉପସ୍ଥିତ ଥିବା ବୁଦ୍ଧିଜୀବୀ ମାନେ ଏଭଳି ବର୍ବରୋଚିତ ନକ୍ସଲ ଆକ୍ରମଣର ଦୃଢ଼ ନିନ୍ଦା କରିବା ସହ ଆଜି ସମଗ୍ର ଦେଶ ବୀର ଯବାନ ମାନଙ୍କ ସହ ଠିଆ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ | ଜନମଙ୍ଗଳ ପରିଷଦ ପକ୍ଷରୁ ଆୟୋଜିତ ଏହି ‘ଶହୀଦ ଯବାନ ଅମର ରହେ’ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ସମାଜସେବୀ ତଥା ସାଧାରଣ ଲୋକ ଉପସ୍ଥିତ ଥିଲେ | ପରିଷଦ ପକ୍ଷରୁ ମନୋରଞ୍ଜନ ପଣ୍ଡା, ସୁକାନ୍ତ ମହାନ୍ତି, ସୀମାଦ୍ରି ଶେଖର ସାହାଣୀ, ବୈଲୋଚନ ସାହୁ, ଜୟପ୍ରଦା ସାମନ୍ତରାୟ, ଦେବୀ ପ୍ରସାଦ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *