ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ଅବସରରେ ‘ପଣା ଉତ୍ସବ’ ପାଳିତ

ଭୁବନେଶ୍ୱର : ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ‘ପଣା ଉତ୍ସବ’ ପାଳିତ ହୋଇଯାଇଛି | ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏହି ନିଆରା ଉତ୍ସବରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ପରସ୍ପରକୁ ଓଡ଼ିଆ ନବବର୍ଷ ର ଅଭିନନ୍ଦନ ଜଣାଇଥିଲେ | ଏହି ଉପଲକ୍ଷେ ସୁସ୍ୱାଦୁ ପଣା ପ୍ରସ୍ତୁତ କରାଯାଇ ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା | ବେଲ, ବସାଦହି, କଦଳୀ, ନଡ଼ିଆ ଓ ଗୁଡ଼ ରେ ପ୍ରସ୍ତୁତ ପଣା ପିଇବା ସହ ଏହି ନିଆରା ଉତ୍ସବକୁ ଲୋକ ମାନେ ବେଶ ଉପଭୋଗ କରିଥିଲେ | ପରିଷଦର କର୍ମକର୍ତ୍ତା ଅଲେଖ ଚନ୍ଦ୍ର ଜେନା, ଲକ୍ଷ୍ମଣ ଦାଶ, ନିରଞ୍ଜନ ସାହୁ, ମନୋରଞ୍ଜନ ଦାଶ, ଵୈଲୋଚନ ସାହୁ, ସୁକାନ୍ତ ମହାନ୍ତି, ନିରୋଜା ନଳିନୀ ସାମଲ, ଜୟପ୍ରଦା ସାମନ୍ତରାୟ, ଲିମା ସାହୁ, ସୋନି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *