ଓମେଗା ସେକି ମୋବିଲିଟି ଲଞ୍ଚ କଲା ଓଡ଼ିଶାରେ ପ୍ରଥମ ଫାଷ୍ଟ ଚାର୍ଜିଙ୍ଗ ଇଲେକ୍ଟ୍ରି ଥ୍ରୀ ହୁଇଲର

ଭୁବନେଶ୍ଵର : ଓଡ଼ିଶାରେ ଓମେଗା ସେକି ମୋବିଲିଟି ତାର ପ୍ରଥମ ସୋରୁମ୍ ଭୁବନେଶ୍ଵର ମଞ୍ଚେଶ୍ଵରସ୍ଥିତ ଇଷ୍ଟଣ୍ଟ ସ୍କାଏ ଭେଞ୍ଚରକୁ ପ୍ରଦାନ କରିଛି । ଦୁଇଟି ଭାରିଏଣ୍ଟର ଇଲେକ୍ଟ୍ରି ଥ୍ରୀ ହୁଇଲର ‘ଇବି’ ଲଞ୍ଚ କରିଛି । ପ୍ରଥମଟି ରେଜ+ ରାପିଡ଼ି ଓପନ କ୍ୟାରିୟର ହାଫ ଟ୍ରେ ଯାହାର ମୂଲ୍ୟ ଏକ୍ସ ସୋରୁମ ମୂଲ୍ୟ ୩.୫୯ ଲକ୍ଷ ଓ ଅନ୍ୟଟି ରେଜ+ ରାପିଡ଼ି ଇଭି ଟପ୍ ବଡ଼ି କଣ୍ଟେନର ଏକ୍ସ ସୋରୁମ
ମୂଲ୍ୟ ୩.୯୯ ଲକ୍ଷ । ଏହି ସୋରୁମ୍ଟି କମ୍ପାନୀର ଫାଉଣ୍ଡର ଏବଂ ଚେୟାରମ୍ୟାନ ଶ୍ରୀଯୁକ୍ତ ଉଦୟ ନାରଙ୍ଗଙ୍କ ଦ୍ବାରା ଉଦ୍‌ଘାଟନ କରାଯାଇଛି । ସେ କହିଛନ୍ତି ଓମେଗା ସେକି ମୋବିଲିଟି ହେଉଛି ଏକ କାର୍ଗୋ ଇଭିର ଗାଡ଼ି । ମୁଁ ଜୋର ଦେଇ କହିପାରିବି ମୋ କଷ୍ଟମରମାନେ ଏହି କାଗୋଁ ଗାଡ଼ି ଦ୍ଵାରା ବହୁତ ଲାଭବାନ ହେବେ । ଶ୍ରୀ ନାରଙ୍ଗ କହିଛନ୍ତି କମ୍ପାନୀ ୨୦୨୫ ସୁଦ୍ଧା ଏହି କାର୍ଲୋ ଗାଡ଼ି ସାରା ଭାରତରେ ଆଧୂପତ୍ୟ ବିସ୍ତାର କରିବ । ଆମେ କଷ୍ଟମରଙ୍କ ଲୋନ ସୁବିଧା ପାଇଁ ବହୁତ ଗୁଡ଼ିଏ ବ୍ୟାଙ୍କ ସହିତ ସହବନ୍ଧିତ ହୋଇଛୁ । ଗ୍ରାହକମାନେ କମ୍ ସୁଧରେ ଗାଡ଼ିକୁ ଫାଇନାନ୍ସ କରିପାରିବେ । ଏହି ଉଦ୍‌ଘାଟନ ସମୟରେ ଇଷ୍ଟଣ୍ଟ ସ୍କାଏ ଭେଞ୍ଚରସ ଫ୍ରାଇଜ ଓନର ଶ୍ରୀଯୁକ୍ତ ବିଶ୍ବଜିତ ସିଂ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *