ଲେଖାରେ ସମନ୍ଵୟତାର ବାସ୍ନା ରହିଲେ ଜୀବନ ଭିତ୍ତିକ ସାହିତ୍ୟ ସମ୍ଭବ – ସୁନୀତା ଶତପଥୀ
ସାରସ୍ବତ ସାଧନା ପାଇଁ ମାଆ ସାଜିଥିଲେ ତାଙ୍କ ପାଇଁ ପ୍ରେରଣାର ଉତ୍ସ । ଗୋପୀନାଥ ମହାନ୍ତିଙ୍କ ପରଜା ତାଙ୍କୁ ଆକୃଷ୍ଟ କରୁଥିଲା ଲେଖନୀ ଧରିବା ପାଇଁ । ଯଦିଓ ପିଲାଟି ଦିନରୁ ସାହିତ୍ୟ ପ୍ରତି ତାଙ୍କ ମନରେ ଅହେତୁକ ରୁଚି ଏବଂ ଘରୋଇ ମାହୋଲରେ ସାହିତ୍ୟର ବେଶ୍ ଆଦୃତି ରହିଥିଲା । ଏକାଧାରରେ ସେ ହେଉଛନ୍ତି ଜଣେ ପ୍ରଶାସିକା,ଲେଖିକା ଏବଂ ଆଜୀବନ ଗବେଷିକା ଶ୍ରୀମତୀ ସୁନୀତା ଶତପଥୀ ।
ନୃତତ୍ତ୍ଵ ବିଜ୍ଞାନ ଏବଂ ବ୍ୟବସାୟ ପ୍ରଶାସନରେ ସ୍ନାତୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଲେଖିକା ସୁନୀତା । ବର୍ତ୍ତମାନ ସମବାୟ ବିଭାଗର ଡେପୁଟି ଅଡିଟର ଜେନେରାଲ ରୂପେ ନିଜର କାର୍ଯ୍ୟ ତୁଲାଉଥିବା ଲେଖିକା ଶତପଥୀ ଓଡ଼ିଶାର ବିଶିଷ୍ଟ ଲେଖକ ଗୋପୀନାଥ ମହାନ୍ତିଙ୍କ ଅପ୍ରକ୍ୟାଶିତ ପାଣ୍ଡୁଲିପି ଉପରେ ନିଜର ସାରସ୍ଵତ କାର୍ଯ୍ୟ ଜାରି ରଖିଥିବା ବେଳେ ତାଙ୍କ ସାହିତ୍ୟରେ ସ୍ପଷ୍ଟ ବାରି ହୋଇପଡେ ସାମାଜିକ ସଂସ୍କାର ଏବଂ ସାମ୍ୟବାର୍ତ୍ତାର ସୁଗନ୍ଧ।
ଓଡ଼ିଆ ଭାଷା ସାହିତ୍ୟରେ ଗୋପୀନାଥ ମହାନ୍ତି,ମନୋଜ ଦାସଙ୍କୁ ନିଜର ଆଦର୍ଶ ମାନିଥାନ୍ତି ଏହି ଲେଖିକା ଜଣଙ୍କ।
ଲେଖିକା ସୁନୀତା ଶତପଥୀଙ୍କ କୃତି ଓ ପୁରସ୍କାର ବିଷୟରେ-
“ନାଗ ବାଲିରୁ ନିୟମଗିରି;ନୃତାତ୍ୱିକ ଗୋପୀନାଥଙ୍କ କଥାଯାତ୍ରା” ନାଲି ପିମ୍ପୁଡ଼ିର ଆତ୍ମକଥା,ଚୁନିହୁଇ ଓଡ଼ିଆ କହାନୀୟା,”ଗୋପୀ କନ୍ଧ” ମାୟାଲୋକ ଓ କାୟା ପ୍ରବେଶୀ।
ପୁରସ୍କାର –
କଥା ନବ ପ୍ରତିଭା ପୁରସ୍କାର,ଶାରଳା ସାହିତ୍ୟ ସଂସଦ,
କଳିଙ୍ଗ ପୁସ୍ତକ ମେଳା,କୋରାପୁଟ ସାହିତ୍ୟ ଉତ୍ସବ ଇତ୍ୟାଦି।
ଆଗାମୀ ଦିନରେ ଓଡ଼ିଆ ଭାଷା କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ସୁନୀତା ଏହି ଉପଦେଶ ଦିଅନ୍ତି ଯେ “ନିଜର ଏକ ସ୍ଥାନ ତିଆରି କରିବା ପୂର୍ବରୁ ପଠନ ଓ ଗବେଷଣାର ଅନେକ ଆବଶ୍ୟକତା ରହିଛି। ସାହିତ୍ୟ ପ୍ରଥମେ ପାଠକଧର୍ମୀ ହେବା ଆବଶ୍ୟକ। ଯାହା ତାଙ୍କ ପାଇଁ ପ୍ରେରଣା ଓ ଆନନ୍ଦଦାୟୀ ରହିବ”। ତେବେ ବର୍ତ୍ତମାନର ଡିଜିଟାଲ ଯୁଗରେ “ସାହିତ୍ୟ ସହିତ ସମସ୍ତ ପାଠକଙ୍କ ସହ ଜଡ଼ିତ କାରଣ ସାହିତ୍ୟ ପଢ଼ିବା ଏକ ସ୍ଵତନ୍ତ୍ର ଓ ନିଜସ୍ଵ ଆନନ୍ଦ। ସମୟ ସହିତ ତାଳ ଦେଇ ଆମ ସାହିତ୍ୟ ମଧ୍ୟ ଉନ୍ନତି କରିବ ଏବଂ ଆଗକୁ ମଧ୍ୟ ଆମକୁ ବାଟ ଦେଖେଇବ” ବୋଲି କହିଛନ୍ତି ଏହି ସୁସାହିତ୍ୟିକା ଜଣଙ୍କ ।