ଓଡିଶାରେ ରୋବୋଟିକ୍ସ ଉଦ୍ୟୋଗରେ ଅନେକ ସୁଯୋଗ ଏବଂ ସମ୍ଭାବନା ରହିଛି- ସନାତନ ବିଶ୍ଵାଳ

ନିଜର ଛାତ୍ର ସମୟରୁ ହିଁ ସେ ବହି ଲେଖା ଅପେକ୍ଷା ପ୍ରାୟୋଗିକ ଜ୍ଞାନ ଉପରେ ଅଧିକ ଦୃଷ୍ଟି ଦେଉଥିଲେ। ଯେଉଁ ବୟସରେ ପିଲାମାନେ ଟିଭିରେ କାର୍ଟୁନ୍ ଓ ଆଈ’ମା କାହାଣୀ ଦେଖୁଥିଲେ ସେ ସମୟରେ ସେ ଟିଭିରୁ ଆହରଣ କରୁଥିଲେ ପ୍ରକୃତି ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଜୈବ ସନ୍ତୁଳନ ଓ ନାନାଦି ବିଜ୍ଞାନ ତଥ୍ୟ। ତେବେ ଏହି ଯୁବ ଉଦ୍ୟୋଗୀ ଜଣଙ୍କ ହେଉଛନ୍ତି କଟକ ଜିଲ୍ଲାରେ ଜନ୍ମିତ ସନାତନ ବିଶ୍ଵାଳ। କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା କୁମାର ସନାତନ କିଛି ନୂଆ ଏବଂ ଅଭିନବ କରିବାର ପ୍ରୟାସକୁ ନିଜ ଜୀବନର ମୂଖ୍ୟ ଲକ୍ଷ୍ୟ ରୂପେ ସ୍ଥିର କରି ଆରମ୍ଭ କରିଥିଲେ ଅଧ୍ୟୟନ ଓ ଗବେଷଣା। ଯାହା ଥିଲା “ଡ୍ରୋନ” ଉପରେ। ଏହି ସମ୍ବନ୍ଧୀୟ ତଥ୍ୟ ଯେମିିତିକି ଡାଟା ପ୍ରୋସେସ୍,କମ୍ପୋନେଟ୍ ଇତ୍ୟାଦି। ଯାହାର ବାସ୍ତବ ରୂପ ନେଇଥିଲା ୨୦୨୨ ମସିହାରେ “ଅଟୋମ୍ୟାଟ୍ରିକ୍ସ ରୋବୋଟିକ୍ସ” କଂପାନୀ ମାଧ୍ୟମରେ। ୫ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଂସ୍ଥାର କାର୍ଯ୍ୟାଳୟ ବର୍ତ୍ତମାନ ଜୟଦେବ ବିହାରରେ କାର୍ଯ୍ୟରତ।

ଅଟୋମ୍ୟାଟ୍ରିକ୍ସ ରୋବୋଟିକ୍ସ କମ୍ପାନୀ ବିଷୟରେ-

ଏହି କମ୍ପାନୀର ମୂଖ୍ୟ ଉତ୍ପାଦ ହେଉଛି ଡ୍ରୋନ। ଯାହା ମୁଖ୍ୟତଃ କୃଷି କାର୍ଯ୍ୟରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ତେବେ ଏହି ଡ୍ରୋନର ବ୍ୟବହାର କୃଷି କ୍ଷେତରେ କିପରି ହୋଇପାରିବ?

ଅଟୋମ୍ୟାଟ୍ରିକ୍ସ ରୋବୋଟିକ୍ସର ପ୍ରତିଷ୍ଠାତା ସନାତନ ବିଶ୍ଵାଳଙ୍କ ମତରେ “ଏହି ଡ୍ରୋନ ଗ୍ରାମୀଣ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ସାହାଯ୍ୟ କରିବା। ଯେମିତିକି ଡ୍ରୋନ ଜରିଆରେ ଜମିରେ ସାର ଏବଂ ଧାନ,ମୁଗ,ପିଡ଼ିଆ ଓ ପାଣିକୁ ସମ ପରିମାଣରେ ଛିଞ୍ଚନ କରିବା ଭଳି ଅନେକ ସୁବିଧା ଏହି ଡ୍ରୋନ ଦ୍ଵାରା ସମ୍ଭବ।” ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଏହି ଡ୍ରୋନକୁ ଏକ ସ୍ଵତନ୍ତ୍ରତା ପ୍ରଦାନ କରେ। ଏହି ଡ୍ରୋନର ନିର୍ମାଣ ପାଇଁ ଚାଇନା, ଆମେରିକା, ୟୁରୋପ ଆଦିରୁ ଉତ୍ପାଦ ରପ୍ତାନୀ ହେଉଥିବା ବେଳେ ଭୁନେଶ୍ବରସ୍ଥିତ ଆଇଆଇଟିର ସହଭାଗିତାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଅଟୋମ୍ୟାଟ୍ରିକ୍ସ ରୋବୋଟିକ୍ସ କମ୍ପାନୀ ନିର୍ମାଣ କରିବାକୁ ଯାଉଛନ୍ତି କାର୍ବନ ଫାଇବର । ତେବେ ଆଗାମୀ ଦିନରେ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ପ୍ରସଙ୍ଗ ଉପରେ ଉଦ୍ୟୋଗୀ ସନାତନ ବିଶ୍ଵାଳ ଏହି ମତ ଦିଅନ୍ତି ଯେ “ଭବିଷ୍ୟରେ ବଢୁଥିବା ଜନସଂଖ୍ୟାକୁ ଦେଖିଲେ ଖାଦ୍ୟ ଯୋଗାଇବା କଷ୍ଟକର ହୋଇ ପଡ଼ିବ। ତେଣୁ ମାନବ ସମ୍ବଳ ବ୍ୟତୀତ ରୋବୋଟ୍ ଓ ଡ୍ରୋନ ଭଳି ଅତ୍ୟାଧୁନିକ ଜିନିଷ ହିଁ ଜମିରେ ଅଧିକ ଗୁଣାତ୍ମକ ଖାଦ୍ୟ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିବ କେବଳ ସେତିକି ନୁହେଁ ଏହି ରୋବୋଟକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ଯ କର୍ମ ନିୟୋଜନ ସୃଷ୍ଟି ହେବ।

Leave a Reply

Your email address will not be published. Required fields are marked *