ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ୧୨୫ ଜଣ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୨୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବା ସହ କଂଗ୍ରେସ, ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଛି । ମହିଳାଙ୍କ ନାମ ଘୋଷଣା ସମୟରେ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ଏହି ମହିଳାମାନେ ସଂଘର୍ଷ କରିବାକୁ ଯାଉଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ନିର୍ବାଚନରେ କଂଗ୍ରେସ ଉନ୍ନାଓ ଦୁଷ୍କର୍ମ ଶିକାର ହୋଇଥିବା ପୀଡ଼ିତାଙ୍କ ମାତା ଆଶା ସିଂଙ୍କୁ ମଧ୍ୟ କଂଗ୍ରେସ ଟିକଟ ଦେଇଛି। ଏଥି ସହ କଂଗ୍ରେସର ଏହି ତାଲିକାରେ ୪୦% ପ୍ରାର୍ଥୀ ଯୁବବର୍ଗର ରହିଥିବା କହିଛି କଂଗ୍ରେସ । ଯୁବବର୍ଗଙ୍କୁ କଂଗ୍ରେସ ପ୍ରାଥମିକତା ଦେବାକୁ ଚେଷ୍ଟା କରୁଥିବା ପ୍ରିୟଙ୍କା କହିଛନ୍ତି । କଂଗ୍ରେସର ପ୍ରାର୍ଥୀ ତାଲିକାରେ କିଛି ମହିଳା ଗଣମାଧ୍ୟମ ପ୍ରତିନିଧି ଥିବା ମଧ୍ୟ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *