ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ମକର ବନ୍ଧୁ ମିଳନ ଓ ଫକୀରମୋହନ ଜୟନ୍ତୀ

ଭୁବନେଶ୍ୱର : ପବିତ୍ର ମକରସଂକ୍ରାନ୍ତିରେ ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଭାପତି ପ୍ର. ଅମିୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜି /ଏଲ -17, ଭି ଏସ ଏସ ନଗରରେ ହୋଇ ଯାଇଛି | ଆଜିର ଦିନ ବ୍ୟାସକବି ଫକୀର ମୋହନଙ୍କ ଜନ୍ମଦିନ |ଏଣୁ ତାଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଅତିଥି ମାନଙ୍କର ପରିଚୟ ଦେଇଥିଲେ | ସେ ଫକୀର ମୋହନଙ୍କୁ ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଭାବେ ବର୍ଣ୍ଣନା କରିଥିଲେ | ସାମାଜିକ କର୍ମୀ ଦ୍ବିତିକୃଷ୍ଣ ନାୟକ ଫକୀର ମୋହନଙ୍କୁ ଆଧୁନିକ ଗଳ୍ପ ଓ ଉପନ୍ୟାସର ଜନକ ବୋଲି କହିଥିଲେ | ସଦସ୍ୟ ଲୋକନାଥ ନାୟକ ଫକୀରମୋହନଙ୍କୁ ଦିବ୍ୟଦ୍ରଷ୍ଟା ସାହିତ୍ୟିକ ଭାବେ ଉପସ୍ଥାପନ କରିଥିଲେ |prof. ନିତା ବହିଦାର ଫକୀର ମୋହନଙ୍କ ପେଟେଣ୍ଟ ମେଡ଼ିସିନ ଉପନ୍ୟାସର ପ୍ରାସଙ୍ଗିକତା ଆଜି ବି ରହିଛି ବୋଲି କହିଥିଲେ | ବରିଷ୍ଠ ସଦସ୍ୟ ତଥା ନବୋଦୟ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମିଶ୍ର ଓଡ଼ିଆ ଭାଷାକୁସୁରକ୍ଷା ଦେବାରେ ଫକୀର ମୋହନଙ୍କ ଭୂମିକା ଉପରେ ମତ ଦେବା ସହିତ ତାଙ୍କ ସାହିତ୍ୟର ବିଶେଷ ଆଲୋଚନା କରାଗଲେ ତାଙ୍କ ପ୍ରତି ଏହାଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ | ଶ୍ରୀଯୁକ୍ତ ନିରାକାର ବେଉରା କହିଥିଲେ ଯେ ଆଜିର ଓଡ଼ିଆ ଭାଷାର ଦୁର୍ଗତି ଫକୀର ମୋହନଙ୍କ ଆତ୍ମାକୁ କଷ୍ଟ ଦେଉଥିବ |ଭାଷାକୁ ପ୍ରଶାସନର ଭାଷା କରିବାକୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଉଦ୍ୟମ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ |ବକ୍ତା ଶ୍ରୀ ଲକ୍ଷ୍ମୀକାନ୍ତ ପାଇକରାୟ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ହେବ ଫକୀର ମୋହନଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି |ଅବସର ପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ବିଶ୍ୱାଳ ବିଭିନ୍ନ ରାଜ୍ୟରେ କିପରି ଆଞ୍ଚଳିକ ଭାଷା ଅଦାଲତର ଭାଷା ହୋଇଛି ତାହା ଉଲ୍ଲେଖ କରିବା ସହିତ ଆମ ରାଜ୍ୟରେ ଆମ ଓଡ଼ିଆ ଭାଷାରେ ଅଦାଲତର କାର୍ଯ୍ୟ ହେବା ଉଚିତ ବୋଲି ମତ ଦେଇଥିଲେ | ଅନ୍ୟତମ ବକ୍ତା ‘ମାଟିଭାଷା’ର ସମ୍ପାଦକ ଜେନାମଣି ଦିଲ୍ଲୀପ କୁମାର ରାୟ ଓଡ଼ିଆ ଭାଷାକୁ ଜନଜୀବନର ଭାଷା କରିବାକୁ ହେଲେ ଲୋକଙ୍କ ମାନସିକତା ପରିବର୍ତ୍ତନ କରିବାକୁ ହେବ | prof. ମନୋରଞ୍ଜନ ଦାସ ଓଡ଼ିଆ ଭାଷାକୁ ମାରିଦେବାକୁ ସରକାରୀ ଚକ୍ରାନ୍ତ ଉପରେ ଆଲୋକପାତ କରିଥିଲେ |ସଭାପତି ଶ୍ରୀଯୁକ୍ତ ଅମିୟ କୁମାର ମହାନ୍ତି ଆମର ମହାପୁରୁଷମାନଙ୍କୁ ଇତିହାସରୁ ହଟେଇ ଦେବାର ଚକ୍ରାନ୍ତ ଉପରେ ମତ ଦେବା ସହ ଆମର ପରମ୍ପରା, ସାହିତ୍ୟ, ଭାଷା କିପରି ଦ୍ରୁତ ମରଣ ମୁଖି ତା ଉପରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ |ସେ ମଧ୍ୟ ବୁଦ୍ଧିଜୀବୀଙ୍କୁ ନେଇ କିପରି ଭାଷା ସୁରକ୍ଷା କରାଯାଇ ପାରିବ ତାକୁ ନେଇ ଏକ ଚିନ୍ତନ ଶିବିର କରିବାକୁ ପରାମର୍ଶ ଦେଇଥିଲେ | ସାମ୍ବାଦିକ ଦିଲ୍ଲୀପ ହାଲି ସଭାପତିଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ |କାର୍ଯ୍ୟକ୍ରମରେ ଭାଗ ନେଇଥିବା ଅନ୍ୟ ସଦସ୍ୟ ମାନେ ହେଲେ ରାଜଶ୍ରୀ ତ୍ରିପାଠୀ, ଗାୟତ୍ରୀ ପାଢ଼ୀ, ଉର୍ମିଳା ମିଶ୍ର, ଯତୀନ ତ୍ରିପାଠୀ, କିଶୋର ତ୍ରିପାଠୀ, ଶ୍ରୀମତୀ ଅଳ୍ପନା ମହାନ୍ତି,ନିରଞ୍ଜନ ଦାଶ, ଇତିଶ୍ରୀ ମହାପାତ୍ର, ଡ଼ଃ ଗଙ୍ଗୋତ୍ରୀ ଦେବୀ, ଅଞ୍ଜଳି ପ୍ରଭା ଦାଶ, ସବିତା ମିଶ୍ର, ଶ୍ରୀ ଲୋକନାଥ ନାୟକ,ଇଲା ଦାସ |ସହଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଶ୍ରୀମତୀ ଉମାରାଣୀ ଶତପଥୀ, adv ଅଭିମନ୍ୟୁ ସ୍ୱାଇଁ,prof. ଅନିଲ କୁମାର ମିଶ୍ର, ପ୍ରଶାସକ ଶାଶ୍ୱତ ରଞ୍ଜନ ଦାଶ, ଶିକ୍ଷାବିତ ରଞ୍ଜିତା ପାଣିଗ୍ରାହୀ, ଶଶାଙ୍କ ଶେଖର ତ୍ରିପାଠୀ, ଶ୍ରୀମତୀ ରଞ୍ଜିତା ପ୍ରଧାନ,ଶ୍ରୀଯୁକ୍ତ ପର୍ଶୁରାମ ମହାକୁଡ଼,|ଏହାପରେ
ସମସ୍ତଙ୍କୁ ସ୍ୱାଦିଷ୍ଟ ମକର ଚାଉଳ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା
| ନୂତନ ସଦସ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ ହାଲି, prof. ଡ଼ଃ ନିତା ବହିଦାର, ଅବସର ପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ବିଶ୍ୱାଳ ଓ ଉର୍ମିଳା ମିଶ୍ରଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ଶେଷରେ ଶ୍ରୀଯୁକ୍ତ ଲୋକନାଥ ନାୟକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ସଭା ଶେଷରେ ସମସ୍ତେ ନିକଟସ୍ଥ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରରେ ପ୍ରସାଦ ସେବନ କରିଥିଲେ |

Leave a Reply

Your email address will not be published. Required fields are marked *