ରୋଟାରୀଆନ ମାନଙ୍କ ନିମନ୍ତେ ବୟୋଜ୍ୟେଷ୍ଠ ଅନ୍ତର୍ଜାତୀୟ ରୋଟାରୀ ସମ୍ମାନ

ଭୁବନେଶ୍ୱର : ରୋଟାରୀ ଜିଲ୍ଲା 3262 ଓ ରୋଟାରୀ କ୍ଲବ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଅନୁକୁଲ୍ୟରେ ଏକ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ସମ୍ମାନ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ରୋଟାରୀ ଏକାମ୍ର କ୍ଷେତ୍ରର ସଭାପତି ଡ଼ଃ ଅଚ୍ୟୁତାନନ୍ଦ ପଟ୍ଟନାୟକ ସଭାପତିତ୍ୱ କରିଥିଲେ | ରୋଟାରୀ ଜିଲ୍ଲା 3262ର ପ୍ରାନ୍ତପାଳ ରୋଟାରୀଆନ ଶାନ୍ତନୁ କୁମାର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ଏଭଳି ସମ୍ମାନର ଆବଶ୍ୟକତା ସମ୍ବନ୍ଧରେ ସୂଚନା ଦେବା ସହିତ ଅନ୍ୟ କ୍ଲବ ମାନେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ | ବୟୋଜ୍ୟେଷ୍ଠ ରୋଟାରୀ କମିଟିର ଚେୟାର ରୋଟାରୀଆନ ପ୍ର. ରାଜଲକ୍ଷ୍ମୀ ମହାପାତ୍ର ଏହି ସମ୍ମାନର ଉଦ୍ୟେଶ ଏବଂ ଏହି ସମ୍ମାନ କିଭଳି ସାମ୍ପ୍ରତିକ କାଳରେ ଆମ ସମାଜରେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ସୁଖ ଶାନ୍ତି ପ୍ରଦାନ କରିବ ସେ ବିଷୟରେ ବିବରଣୀ ପ୍ରଦାନ କରିଥିଲେ | କିମସ ମେଡିକାଲର ଡ଼ଃ ପ୍ରଣବ କୁମାର ମହାପାତ୍ର ରୋଟାରୀ କିଭଳି ସମାଜରେ ଡିମେନସିଆ ରୋଗରେ ପୀଡି଼ତ ବ୍ୟକ୍ତିମାନଙ୍କର ସହାୟତାରେ ଆସିପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ | କଟକର ବିଶିଷ୍ଟ ମନସ୍ତତ୍ବବିତ ଡ଼ଃ ତୋଫାନ ପତି, ବୟୋବୃଦ୍ଧ ବ୍ୟକ୍ତିମାନେ କିଭଳି ସମାଜରେ ସମ୍ମାନର ସହ ବଂଚିବେ ସେ ବିଷୟରେ ଆଲୋଚନା କରିଥିଲେ | ଇଂଲଣ୍ଡ ରେ ଅବସ୍ଥାପିତ ଡ଼ଃ ସୁଜୟ ମୁଖାର୍ଜୀ ସମାଜ ଓ ପରିବାର ଡିମେନସିଆ ରୋଗୀଙ୍କ ଯତ୍ନ ନେବେ ସେବିଷୟରେ କହିଥିଲେ | ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସରୋଜଲକ୍ଷ୍ମୀ ପଟ୍ଟନାୟକ, ଡ଼ଃ ମମତା ଦାଶ, ଶ୍ରୀମତୀ ମଧୁଛନ୍ଦ ବଳ, ଡ଼ଃ ରେଖା ଦାସ, ଡ଼ଃ ଶ୍ରୀ ମିଶ୍ର, ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଶ୍ରୀମତୀ ତପସ୍ୱିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ପ୍ରାୟ 80 ରୁ ଉର୍ଦ୍ଧ ବୟୋଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଡିମେନସିଆ ରୋଗର କାରଣ, ଚିକିତ୍ସା ଓ ନିରାକରଣ ସମ୍ବନ୍ଧରେ ଅତିଥି ମାନଙ୍କ ଠାରୁ ପଚାରି ବୁଝିଥିଲେ | ଶେଷରେ ଡ଼ଃ ମମତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *