ମୋଦି ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ବ୍ୟାପକ ଅଭିଯାନ : ଶ୍ରମିକ ସଂଗଠନ ସମୂହ

ଭୁବନେଶ୍ୱର : ମୋଦିଙ୍କ ନେତୃତ୍ବରେ ବିଜେପି ସରକାରର ୯ ବର୍ଷର ଶାସନ ମଧ୍ୟରେ ଅମୃତକାଳ, ନୟାଭାରତ ଆଦି ସ୍ଲୋଗାନ ଦେଇ କରୋନା ପରେ ମୋଦି ସରକାର ଶ୍ରମିକମାନଙ୍କ ଉପରେ ଦମନ ନୀତି ଚଳାଇଛନ୍ତି ଓ ଶ୍ରମଜୀବୀମାନଙ୍କୁ ଧୋକ୍କା ଦେବାରେ ଲାଗିଛନ୍ତି । ଯାହାବି ଦେଖୁଛେ ତାହା ହେଉଛି ବୁଲଡୋଜର ରାଜ । ଶ୍ରମଜୀବୀମାନଙ୍କ ଜୀବନ ଜୀବିକା ଓ ଅଧିକାର ପ୍ରଶ୍ନ ଉପରେ ଦେଶର ସମ୍ପତ୍ତି ଏବଂ ସମ୍ବଳ, ଗଣତନ୍ତ୍ର ଓ ସମ୍ବିଧାନ, ଆମ ସମାଜର ଧର୍ମନିରପେକ୍ଷତା ସମୃଦ୍ଧ ଓ ବିବିଧତା ମୋଦି ଶାସନରେ ବିନାଶକାରୀ ଶାସକ ଭାବେ ପ୍ରମାଣିତ ହୋଇଛି । ମୋଦିଙ୍କ ୯ ବର୍ଷ ଶାସନ କାଳରେ ଦରବୃଦ୍ଧି, ବେକାରୀ, ମହଙ୍ଗା ମାଡ଼, ଦେବାଳିଆ ଅର୍ଥ ବ୍ୟବସ୍ଥା, ଛଟେଇ, ଦରମା କାଟ, ତାଲାବନ୍ଦୀ, କମି କମି ରହିଥିବା ଦୟନୀୟ ମଜୁରୀ ହାର, ସାମାଜିକ ସୁରକ୍ଷା ଆଦି ଋଲିଛି । ସରକାରୀ ଘୃଣ୍ୟ ଶ୍ରମକୋଡ଼କୁ ସମସ୍ତ ବିଜେପି ଶାସିତ ରାଜ୍ୟ ମାନଙ୍କର ଏହାର ବିଭିନ୍ନ ଅଂଶକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରାୟତ ସଂସ୍ଥା ଓ ସରକାରୀ ବିଭାଗ ଗୁଡ଼ିକର ଘରୋଇକରଣ ସହ ଦେଶର ସମ୍ପତ୍ତି ବିକିବା ଏବେ ବିଜେପି ସରକାରର ପ୍ରଧାନ କାର୍ଯ୍ୟ ହୋଇଛି । ୯ଗୋଟି ଶ୍ରମିକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖରେ ରାଜ୍ୟ କନ୍‌ଭେନସନରେ ମୋଦି ସରକାରଙ୍କର ଏହି ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରିବା ସହିତ ଅତ୍ୟନ୍ତ ମନୋମୁଖୀ ଭାବେ ଓ ହସ୍ୟାସ୍ପଦ କାରଣ ଦର୍ଶାଇ ଦେଶର ଅନ୍ୟତମ ପୁରୁଖା ଓ ଲଢ଼ୁଆ ସଂଗଠନନ୍ୟାସନାଲ ଫେଡ଼େରେସନ ଅଫ ପୋଷ୍ଟାଲ ଏମ୍ପୋଏଜ ଏବଂ ଅଲ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲାଏଜ୍ ୟୁନିୟନ ଠାରୁ ସ୍ବୀକୃତି ବାତିଲ କରିଦେଇଛନ୍ତି । ଏହା ପୁଣି ନୂତନ ଭାବେ ସ୍ୱୀକୃତି ପାଇଁ ଉଦ୍ଦିଷ୍ଟ ଭୋଟ ଗ୍ରହଣ ତାରିଖ ପୂର୍ବରୁ ଏଭଳି ସ୍ଵେରତନ୍ତ୍ରୀ ଆଦେଶ ତୁରନ୍ତ ପ୍ରତ୍ୟାହାର ହେବା ଦରକାର । ମୋଦି ସରକାର ତୁରନ୍ତ ଶ୍ରମିକ ସଂଘର ମାନ୍ୟତା ଦେବାକୁ ଯେଉଁଭଳି ଭାବେ ନିଷିଦ୍ଧ କରିଛନ୍ତି ତାକୁ ନିନ୍ଦା କରିବା ସହିତ ପୁନଃ ଶ୍ରମିକ ସଂଗଠନର ମାନ୍ୟତା ଦେବାକୁ ଦାବୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ନିମ୍ନୋକ୍ତ ୯ଟି କେନ୍ଦ୍ରୀୟ ସଂଗଠନ ଓ ସ୍ୱାଧୀନ କର୍ମଋରୀ ଫେଡ଼େରେସନମାନଙ୍କ ପକ୍ଷରୁ ଚାରୋଟି ଘୃଣ୍ୟ ଶ୍ରମକୋଡ଼ ବାତିଲ୍, ଋଷୀ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନୋଟିଫିକେସନ, ଋଣ ଛାଡ଼ ଓ ଦର ବୃଦ୍ଧି, ବେକାରୀ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ବର୍ଷକୁ ମନରେଗା କାମ ଅତି କମ୍‌ରେ ୨୦୦ ଦିନ ଏବଂ ସେହି ଶ୍ରମିକଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ୬୦୦ ଟଙ୍କା, ଠିକା ଓ ସ୍କିମ ଶ୍ରମିକଙ୍କୁ ସ୍ଥାୟୀ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ଓ ସରକାରୀ ବିଭାଗର ଘରୋଇକରଣ ବାତିଲ କରିବା ଆଦି ପ୍ରଶ୍ନ ଉପରେ ଆସନ୍ତା ମଇ ୨୧ ତାରିଖରେ ରାଜ୍ୟସ୍ତରୀୟ କନଭେନସନ ହେବ ଓ ମଇ ମାସ ଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଆନ୍ଦୋଳନର ପୂର୍ଣାଙ୍ଗ ରୂପରେଖ ସ୍ଥିର କରାଯିବ ବୋଲି କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତୃବୃନ୍ଦ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି |

Leave a Reply

Your email address will not be published. Required fields are marked *