ଭୋପାଳରେ ଉଦ୍‌ଘାଟିତ ହେଲା ଜାତୀୟ ଚିତ୍ରକଳା ପଦର୍ଶନୀ ମୋଦୀ@୨୦

ଭୋପାଳ : ପୂର୍ବ ଭାରତରେ ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଭୁବନେଶ୍ବର, ଆନୁକୂଲ୍ୟରେ ବର୍ଷବ୍ୟାପୀ ଚାଲିଥିବା ମୋଦି@୨୦ ଚିତ୍ରକଳା ପ୍ରଦର୍ଶନୀ ହ୍ରଦ ଓ କଳାନଗରୀ ଭୋପାଳର ରବିନ୍ଦ୍ର ଭବନ ପରିସରେ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ସାରା ଭାରତରୁ ପଚାଶ ଜଣ ପ୍ରଖ୍ୟାତ ଓ ତରୁଣ ଚିତ୍ର ଶିଳ୍ପୀଙ୍କ ଦ୍ବାରା ଅଙ୍କିତ ଚିତ୍ରକଳା ପ୍ରଦର୍ଶନୀକୁ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଉଦ୍‌ଘାଟନ କରିଥିବା ବେଳେ ଭୋପାଳ ଲୋକସଭା ସଦସ୍ୟ ସ୍ବାଧୀପ୍ରଜ୍ଞାସିଂ ଠାକୁର ଓ ଭୋପାଳ ମେୟର ମାଳତୀ ରାୟ ସମ୍ମାନିତ ଅତିଥ୍‌ ଭାବରେ ଯୋଗଦେଇଥିଲେ । ସୁଭଦ୍ରା ଆର୍ଟ ଗ୍ୟାଲେରୀ ଅଧ୍ୟକ୍ଷ ଡ. ସୂର୍ଯ୍ୟ ରଥ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଓ ମୋଦି@୨୦ ଚୀତ୍ରକଳା ପ୍ରଦର୍ଶନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ବିବରଣୀ ପାଠ କରିଡ୍‌ଲେ । ଆୟୋଜନ ସମିତିର ଅଧ୍ୟକ୍ଷ ଡକ୍ଟର ଏଲ୍. ଏନ୍. ମାଲବ୍ୟ ସମସ୍ତ ଅତିଥ୍ ପରିଚୟ ପୂର୍ବକ ସ୍ବାଗତ କରିଥିଲେ ।ଉଦ୍‌ଘାଟନ ଅବସରରେ ରାଜ୍ୟପାଳ ମଂଗୁଭାଇ ପଟେ ପ୍ରଧାନମନ୍ତ୍ରୀ ନରରେନ୍ଦ୍ର ମୋଦିଙ୍କ ସହିତ ଗୁଜୁରାଟ ସରକାରରେ ମନ୍ତ୍ରୀ ଥିବାବେଳେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ଓ ମୋଦି ଭାରତକୁ ବିଶ୍ବଗୁରୁ ଭାବରେ ବିଶ୍ୱଦରବାରେ ପ୍ରତିଷ୍ଠିତ କରିପରିବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥ୍‌ ସ୍ଵାଧୀ ପ୍ରଜ୍ଞାସିଂ ଠାକୁର ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟର ଉଚ୍ଚ ପ୍ରଶଂସ କରିବା ସହିତ ଏହି ଚିତ୍ରକଳା ପ୍ରଦର୍ଶିନୀ ଦେଶବାସୀଙ୍କୁ ରାଷ୍ଟ୍ରଗଠନରେ ସହାୟକ ହେବ ମେତବ୍ୟକ୍ତ କରିଥିଲେ । ମେୟର ମାଳତୀ ରୟ ଏପରି ଏକ ଚିତ୍ରକଳା ଶିବିରରା ଆୟୋଜନକୁ ସ୍ବାଗତ କରିବା ସହିତ ଏହା ଭୋପାଳ ସହରର କଳା ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରତିଷ୍ଠି କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ରାଜ୍ୟପାଳ ମୋଦି@ ୨୦ ଚିତ୍ରକଳା ପଦର୍ଶନୀର ପୁସ୍ତୁକା ଉନ୍ମୋଚନ କରିଡ୍‌ଲେ । ଆର୍ଟ ଗ୍ୟାଲେରୀ ନିର୍ଦ୍ଦେଶକ ଅଶୋକ ନାୟକ ଏହି ପ୍ରଦର୍ଶନିକୁ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଦେଇଥିଲେ । ଏହି ଚିତ୍ରକଳା ପଦର୍ଶନୀ ଆଗାମୀ ଦିନରେ ଅହମମାଦାବାଦ, ବନାରସ ଓ ଶେଷରେ ସେପ୍ଟେମ୍ବର ମାସରେ ଦିଲ୍ଲୀରେ G୨୦ ସମ୍ମିଳନୀ ଅବସରୋ ଅନୁଷ୍ଠିତ ହେବ, ଅଧ୍ୟକ୍ଷ ଡକ୍ଟର ରଥ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *