ଲୋକସେବା ଭବନଠାରେ ନବୀକୃତ ସମ୍ମିଳନୀ କକ୍ଷର ନୂତନ ଭାବେ ଶୁଭାରମ୍ଭ
ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ଵାରା ନବୀକୃତ ସମ୍ମିଳନୀ କକ୍ଷର ନୂତନ ଭାବେ ଶୁଭାରମ୍ଭ ହୋଇଯାଇଛିl ଏହି ଅବସରରେ ସକାଳୁ ଶୁଭ ବେଳାରେ ପାରମ୍ପରିକ ପୂଜା ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ ଆଶୀର୍ବାଦସ୍ଵରୁପ ଶ୍ରୀକ୍ଷେତ୍ରରୁ ମହାପ୍ରଭୁଙ୍କ କରପଲ୍ଲବ ଫୁଲ ଆସିଥିଲାl ସମ୍ମିଳନୀ କକ୍ଷକୁ ଶୁଭାରମ୍ଭ କରି ମାନ୍ୟବର ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଏହା ରାଜସ୍ୱ ବିଭାଗର ନବକଳେବରର ପ୍ରତୀକ ବୋଲି ମତପ୍ରକାଶ କରିଥିଲେl
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏହି ନବୀକୃତ ସମ୍ମିଳନୀ କକ୍ଷ ରାଜସ୍ୱ ବିଭାଗର ନୂତନ ସଂସ୍କାରମୂଳକ ପଦକ୍ଷେପମାନଙ୍କୁ ପ୍ରତିଫଳିତ କରୁଥିବା ବେଳେ ବିଭାଗର ସାମର୍ଥ୍ୟ ଏବଂ କାର୍ଯ୍ୟକାରିତା ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମତବ୍ୟକ୍ତ କରିଥିଲେ l