ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଉପନିର୍ବାଚନ ତାରିଖ ଘୋଷଣା ପରେ ଧାମନଗରରେ ରାଜନୀତି ସରଗରମ । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ଆସନ ଖାଲି ପଡ଼ିଛି । ତାରିଖ ଘୋଷଣା ସହ ଉପନିର୍ବାଚନ ଉଷ୍ଣତା ବଢ଼ିଛି । ବିଜେପିରୁ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ଜୋର ଧରିଛି । ଏପଟେ ବିଜେଡିରୁ କିଏ ହେବେ ପ୍ରାର୍ଥୀ ସେନେଇ ଅଙ୍କକଷା ଚାଲିଛି । ଗତଥର ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଏଥର ଆଉ କାହାକୁ ପ୍ରାର୍ଥୀ ଦେବ ଦଳ, ସେନେଇ ଚାଲିଛି ବିଚାର ବିମର୍ଷ । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ ଓ ଗତଥରର ପ୍ରାର୍ଥୀ ବିଦ୍ୟାଧର ଜେନାଙ୍କ ନାଁ ଚର୍ଚ୍ଚା ହେଉଛି । ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ୧୫ ତାରିଖରେ ଯାଞ୍ଚ ପରେ ୧୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ । ନଭେମ୍ବର ୩ରେ ମତଦାନ ରହିଛି । ନଭେମ୍ବର ୬ ତାରିଖରେ ଗଣତି ପରେ ବାହାରିବ ଫଳାଫଳ ।

Leave a Reply

Your email address will not be published. Required fields are marked *