ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ମଧୁଜୟନ୍ତୀ ପାଳିତ
ଭୁବନେଶ୍ୱର : ଏପ୍ରିଲ 28 ତାରିଖ ସନ୍ଧ୍ୟାରେ ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ପ୍ରଫେସର ଡ଼ଃ ଅମୀୟ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଲୋହିଆ ଏକାଡେମୀ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି | ଅତିଥି ଭାବେ ପ୍ରଫେସର ଡ଼ଃ କୁମରବର ଦାସ, ପ୍ରଫେସର ଡ଼ଃ ଅଶୋକ କୁମାର ପଟ୍ଟନାୟକ, ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ, ଡାକ୍ତର ସୁମିତ ମହାନ୍ତି ଓ ପ୍ରଫେସର ଡ଼ଃ ଅନନ୍ତ କିଶୋର ଜେନା ଯୋଗ ଦେଇ ମଧୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ | କାର୍ଯ୍ୟକ୍ରମ ସଂଯୋଜନା ନିରାକାର ବେଉରା କରିଥିଲେ ଓ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ଦାଶ ଅତିଥି ପରିଚୟ ଦେଇଥିଲେ | ବୈଷ୍ଣବୀ କଳା ନିକେତନ ର କୁନି କୁନି ଶିଳ୍ପୀମାନେ ଓଡିଶୀ ଓ ଲୋକନୃତ୍ୟ ପରିବେଷଣ କରି ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇଥିଲେ | ଶିଳ୍ପୀ ମାନଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରିଥିଲେ | ପ୍ରାରମ୍ଭରେ କାଶ୍ମୀର ପହଲଗାଓଁରେ ଆତଙ୍କ ବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା | କାର୍ଯ୍ୟକ୍ରରେ ଉପସ୍ଥିତ ଥିବା ଅନ୍ୟ ବ୍ୟକ୍ତି ମାନେ ହେଲେ ଅଶ୍ୱିନୀ କୁମାର ତ୍ରିପାଠୀ, ଡ଼ଃ ରଶ୍ମିତା, ଦେବଶ୍ରୀ ଦାଶ, ସନ୍ତୋଷିନୀ ସାମନ୍ତରାୟ, ସ୍ଵାଗତିକା ରଥ, ରଞ୍ଜନୀ ଭଞ୍ଜ, ଅହଲ୍ୟା ନାୟକ, ମନୀଷା ଦାସ, ସ୍ନେହଲତା ବେହେରା, ଅଭିମନ୍ୟୁ ସ୍ୱାଇଁ, ଜୟକୃଷ୍ଣ ପଟ୍ଟନାୟକ, ଡ଼ଃ ଅଜୟ କୁମାର ରଥ, ସୁବୋଧ ନାୟକ, ଧନଞ୍ଜୟ ମହାପାତ୍ର, ଅମୀର ପ୍ରସାଦ ସାହୁ, ଜଗନ୍ନାଥ ପଟ୍ଟନାୟକ | ଶେଷରେ ସମ୍ପାଦକ ନିରାକାର ବେଉରା ଧନ୍ୟବାଦ ଅର୍ପଣ କରିଥିଲେ |