ଆରମ୍ଭ ହେଲା ଜାତୀୟ ଶିଶୁ ମହୋତ୍ସବ ; ଉଦଘାଟନ ସମାରୋହରେ ପିଲାଙ୍କ ମଧ୍ୟରେ ଉତ୍ସାହପୂର୍ଣ୍ଣ ବାତାବରଣ

ଭୁବନେଶ୍ୱର : ସ୍ୱାଧୀନତାର 75 ବର୍ଷ ଉପଲକ୍ଷେ ପାଳନ କରାଯାଉଥିବା ‘ ଆଜାଦି କା ଅମୃତ ମହୋତ୍ସବ ‘ ଥିମ କୁ ନେଇ ଆଜିଠାରୁ ଆରମ୍ଭ ହୋଇଯାଇଛି ଜାତୀୟ ଶିଶୁ ମହୋତ୍ସବ | ଜାତୀୟ ସ୍ତରର ଏହି ଶିଶୁ ମହୋତ୍ସବ ରେ 3 ଗୋଟି ଗ୍ରୁପ ରେ ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ କୌତୁକିଆ ପୋଷାକ ଏହି ପରି 4 ଗୋଟି ପ୍ରତିଯୋଗିତା ଆୟୋଜିତ ହେବ | ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ଅଗଷ୍ଟ 14 ତାରିଖ ଯାଏ ଚାଲିବ ଏବଂ 15 ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ | ଓଡିଶା ୟୁନିଟ ରେ ନର୍ସରୀ ଠାରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଏଥିରେ ଭାଗ ନେଇଛନ୍ତି |

ଅନଲାଇନ ମୋଡ଼ ରେ ଆଜି ସନ୍ଧ୍ୟାରେ ହୋଇଥିବା ଉଦଘାଟନ ସମାରୋହରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖିକା, ସାମାଜିକ କର୍ମୀ ତଥା ଶିଶୁ ଅଧିକାର ଉପରେ ଲେଖନୀ ଚାଳନା କରି ଆସୁଥିବା ଶୃତକୀର୍ତ୍ତି ତ୍ରିପାଠୀ ଯୋଗ ଦେଇ, ସଂଗ୍ରାମ, ବଳିଦାନ ଓ ସ୍ୱାଧୀନତାର ଗୁରୁତ୍ୱ ଆଜିକାର ପିଲାମାନଙ୍କ ପାଇଁ ବୁଝିବା କେତେ ଜରୁରୀ ଏବଂ ଏହା ଉପରେ ଅବିଭାବକ ମାନଙ୍କ ଉତ୍ତରଦାୟିତ୍ୱ ଉପରେ ଆଲୋକପାତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଶିଶୁ ମହୋତ୍ସବର ସଦସ୍ୟ ସୀମାଦ୍ରୀ ଶେଖର ସାହାଣୀ ଯୋଗ ଦେଇଥିଲେ | ଜାତୀୟ ଶିଶୁ ମହୋତ୍ସବର ରାଜ୍ୟ ସଂଯୋଜିକା ଜୟପ୍ରଦା ସାମନ୍ତରାୟ ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିବା ବେଳେ ଟାଇମ୍ସ ଅଫ ଓଡ଼ିଶାର ସମ୍ପାଦକ ମିଲନ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *