ଜ୍ଞାନାଲୋକ ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଜ୍ଞାନାଲୋକ ଟ୍ରଷ୍ଟ ଦ୍ୱାରା ଆଜି, ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣ୍ଡମୁଣ୍ଡା, ଭୁବନେଶ୍ୱର ପରିସରରେ ଏକ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ସକାଳୁ ସକାଳୁ ଛାତ୍ର-ଛାତ୍ରୀ ଓ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସର ସଫା କରିବା ସହ, ବିଦ୍ୟାଳୟ ପ୍ରାଙ୍ଗଣରେ ନାନାଦି ପ୍ରକାରର ବୃକ୍ଷ ରୋପଣ କରିଯାଇଥିଲା I ତାପରେ ବିଦ୍ୟାଳୟର ଛାତ୍ର-ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପରିବେଶ ସୁସ୍ଥ ରଖିବା ପଦ୍ଧତି ଓ ତାର ଲାଭ ସମ୍ବଦ୍ଧରେ ସଚେତନତା କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ହିମାଂଶୁ ଶେଖର ରାଉତ, ପ୍ରାଧ୍ୟାପକ, ବାଣୀବିହାର, ଓଡିଶା ଯୋଗଦେଇଥିଲେ I ନିମନ୍ତ୍ରୀତ ଅତିଥି ମାନଙ୍କ ମଧ୍ୟରେ ଡ. ଗିରିଶ ରଞ୍ଜନ ସାହୁ (ଅଧ୍ୟାପକ, ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ), ଶ୍ରୀ ସୋଲୋମନ ମହାରଣା (ନିର୍ଦେଶକ-ଉଇକେୟାର, କଟକ), ଶ୍ରୀ ମାନସ ରଞ୍ଜନ ଦାସ (ରାଜ୍ୟ ସଂଯୋଜକ, ସୋସିଆଲ ଆଲଫା, ଓଡିଶା), ଓ ଶ୍ରୀ ବିଭୁ ପ୍ରସାଦ ମିଶ୍ର (ଗ୍ରୀନ କ୍ଲୁବ, ନୟାଗଡ) ଯୋଗଦେଇଥିଲେ I

ନୟାଗଡ ଜିଲାର ବିଭିର୍ନ ଅଂଚଳରେ ବୃକ୍ଷ ରୋପଣ କରି ପରିବେଶ ସଚେତନତାର ବାର୍ତା ବାଣ୍ଟୁଥିବାରୁ ଗ୍ରୀନ କ୍ଳବର ସଦସ୍ୟ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l ସଭା ଶେଷରେ ଜ୍ଞାନାଲୋକର ଅଧକ୍ଷ ତଥା ସମାଜ ସେବୀ ଡ. ପ୍ରଦୀପ କୁମାର ସାହୁ ସମସ୍ତ ଅତିଥି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ଓ ଛାତ୍ର-ଛାତ୍ରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *