ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନାରେ ଭାବବିହ୍ୱୋଳ ପରିବେଶ

ବାଲିକୁଦା/ଜଗତସିଂହପୁର : ବାଲିକୁଦା ବ୍ଲକ ରାହାଣସ୍ଥ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ତରଫରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସଂସଦର ସଭାପତି ଦିଲ୍ଲୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଭା ଆୟୋଜନ ପୂର୍ବରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ବାବା ବିଦ୍ୟାଧର, ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଳ ଦେଇ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ନିମନ୍ତ୍ରୀତ ଅତିଥୀଙ୍କ ଦ୍ୱାରା ସଭା ଆରମ୍ଭ କରାଯାଇଥିଲା । ଏହି ସଭାରେ ଗତ ଏପ୍ରିଲ ୩୦ ରେ ବିଧିବଦ୍ଧ ଭାବେ କାର୍ଯ୍ୟରୁ ଅବସର ନେଇଥିବା ହିନ୍ଦୀ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ ଓ ମଇ ୩୧ରେ ଅବସର ଗ୍ରହଣ କରିଥିବା କର୍ମଚାରୀ ବିଜୟ କୁମାର ବେହେରାଙ୍କୁ ସଂସଦ ତରଫରୁ ମୂଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ,କବି,ଗାଳ୍ପିକ ଓ ସମାଜସେବୀ ତଥା ବିଦ୍ୟାଳୟ ପୋଷ୍ୟକର୍ତ୍ତା ବ୍ରହ୍ମାନନ୍ଦ ବେହେରା ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ସମ୍ମାନ୍ନୀତ ଅତୀଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ସ୍ୱାଇଁ , ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପୃଷ୍ଟି,ପୂର୍ବତନ ସିଆରସିସି ବସନ୍ତ ମଲ୍ଲିକ,ସିଆରସିସି ସୁନିଲ କୁମାର ସେଠୀ, ତିନିଗାଁ ମଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାକର ସ୍ୱାଇଁ,ପୂର୍ବତନ ଶିକ୍ଷକ ଚାନୁ କୁମାର ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବିଶ୍ୱାଳ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିପୀନି ବିହାରୀ ସାହୁ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ପାଇଟାଳ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା, ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରାକ୍ତନ ଶିକ୍ଷକ ଜଟାଧାରୀ ସେନାପତି, ଉତ୍କଳମଣି ବିଦ୍ୟାପୀଠର ପ୍ରାକ୍ତନ ହିନ୍ଦୀ ଶିକ୍ଷକ ନୀଳମଣି ପାଣି ଓ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ ମହାରଣା, ଗଣିତ ଶିକ୍ଷକ ନିରଞ୍ଜନ ନାୟକ, ଶିକ୍ଷକ ସ୍ୱାଗତ ବଳ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ପୂର୍ବତନ ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟ ଓ ପରମ୍ପରାକୁ ଭୁୟସୀ ପ୍ରସଂସା କରିଥିଲେ ଓ ଆଗମୀ ଦିନରେ ଏହି ପରମ୍ପରାକୁ ଚାଲୁ ରଖିବେ ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନେ ଅନୁପ୍ରାଣିତ ହେବେ ।
ଏହି ଅବସରରେ ଛାତ୍ରସଂସଦ ତରଫରୁ ଚଳିତ ୨୦୨୪ ଓଡି଼ଶା ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ବିଦ୍ୟାଳୟରୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରୀ ଯଥା ଚୁଲୁବୁଲି ପଣ୍ଡା ଶିଖାରାଣୀ ବେହେରା ଓ କାହ୍ନୁ ଦାସଙ୍କୁ ପ୍ରତିଭା ପ୍ରମାଣପତ୍ର ସହ ସିଲ୍,ଅର୍ଥରାଶି ଓ ଉତ୍ତରୀୟ ଦେଇ ସମ୍ମାନୀତ ସହ ଉତ୍ସାହିତ କରାଯାଇଥିଲା । ପରେ ପରେ ବିଦ୍ୟାଳୟର ବାର୍ଷୀକ କ୍ରିଡାରେ ବିଭିନ୍ନ ବିଭାଗରେ ପ୍ରଥମ ତିନୋଟି ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ମୂଖ୍ୟ ଅତିଥି ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।
ଏହି ସଭା ପରିଚାଳନାରେ ସଂସଦର ସମ୍ପାଦକ ଅଭୟ ମାଝୀ ,କୋଷାଧ୍ୟକ୍ଷ ବାବୁଲି ବେହେରା ସହ ପୂର୍ବତନ ଛାତ୍ର ଗିରିଜା ଶଙ୍କର ବେହେରା, ପ୍ରଦୀପ ପ୍ରଧାନ , ନଳୀନିକାନ୍ତ ସ୍ୱାଇଁ, ବାବୁରାମ ମାଝୀ,ଦୀପକ ଦାସ, ମାନସ ମହାପାତ୍ର, ବିଭୁଦତ୍ତ ବେହେରା,ମୁନା ପ୍ରଧାନ,ପ୍ରକାଶ ମାଝୀ , ସାହାଜାହାନ ପ୍ରଧାନ, ବଲ୍ଲଭ ଖଟୁଆ,ଜୁଲିରାଣୀ ପଣ୍ଡା,ସ୍ୱୟଂସ୍ନାତା ବେହେରା,ରାନୀ ଖଟୁଆ,ସୁଜାତା ମଲ୍ଲିକ,ସୋନାଲୀ ଜେନା,ମଧୁସ୍ମିତା ପ୍ରଧାନ,ରାଜନନନ୍ଦିନୀ ସେଠୀ ସହ ଅନ୍ୟ ସମସ୍ତ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଶିକ୍ଷକ ମାନଙ୍କ ସହ କଟାଇଥିବା ମଧୁର ସ୍ମୃତି ଚାରଣ କରିବା ସହ ସମ୍ବର୍ଦ୍ଧନା ସଭାର ସଫଳ ରୁପାୟନରେ ସହଯୋଗ କରିବା ସହ ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜ୍ଞାପନ ଓ ଭୁୟସୀ ପ୍ରସଂସା କରିଥିଲେ ।
ଅପରାହ୍ନରେ ବିଦାୟୀ ଶିକ୍ଷକ ଓ କର୍ମଚାରୀଙ୍କୁ ଛାତ୍ରଛାତ୍ରୀମାନେ ମଟରସାଇକେଲ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରାଇ ଅନନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଭୁଆଶୁଣୀରେ ପହଞ୍ଚାଇ ବିଦାୟ ଦେଇଥିଲେ ।
ସଂସଦର ସଭାପତି ଦିଲ୍ଲୀପ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ମିଲନ ପ୍ରଧାନ ମଞ୍ଚ ପରିଚାଳନା ,ଦୀପକ ପ୍ରଧାନ ଗୁରୁବନ୍ଦନା ଓ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *