ରୋଟାରି ଇଣ୍ଟରନେସନାଲ ଡିଷ୍ଟ୍ରିକ୍ଟ ୩୨୬୨ ଏବଂ ସୁକୁବିନା ସ୍ରଷ୍ଟା ତରଫରୁ ଓଡ଼ିଆ କବିତା କର୍ମଶାଳା ଉଦଘାଟିତ:

ଭୁବନଶ୍ୱର: ରୋଟାରି ଇଣ୍ଟରନେସନାଲ ଡିଷ୍ଟ୍ରିକ୍ଟ ୩୨୬୨ ଏବଂ ସୁକୁବିନା ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଓଡ଼ିଆ କବିତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି | ଏହି ଦୁଇ ଦିବସୀୟ କର୍ମଶାଳାକୁ ପ୍ରଦ୍ୱୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡ଼ଃ ଦେବୀପ୍ରସନ ପଟ୍ଟନାୟକ।ତାଙ୍କ ବକ୍ତବ୍ଯରେ ସେ କହିଥିଲେ କି, ଭାବ ଆଉ ଭାବନା ସହ ଶବ୍ଦ ଯୋଡ଼ିହେଲେ ସାହିତ୍ୟ ସୃଷ୍ଟି ହୁଏ | ଆଉ ଯେଉଁଠି ଏହାର ଉପାଦାନରେ ଅଧିକରୁ ଅଧିକ ଜୀବନ ଚେତନା ଯୋଡ଼ିହୁଏ ତାହା ହୁଏ କାଳଜୟୀ | ତା ସହ
ରୋଟାରି କ୍ଲବର ସେବା କାର୍ଯ୍ୟ ସହ ସାହିତ୍ୟ ପ୍ରତି ଥିବା ଉତ୍ସର୍ଗୀକୃତ ଭାବକୁ କାର୍ଯ୍ୟକୁ ପ୍ରଶଂସା କରିଥିଲେ |
ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ଜିତେନ୍ଦ୍ର ନାରାୟଣ ଦାଶ ବା ଦାଶ ବେନହୁର କହିଥିଲେ କି, ବର୍ତମାନ ପିଢ଼ି ସାହିତ୍ୟ ସହ ଅନ୍ତରଙ୍ଗ ହେବା କମିଯାଇଛି ତାହାର କାରଣ, ପୂର୍ବ ପିଢ଼ି ବର୍ତ୍ତମାନ ଯୁବ ସମାଜକୁ ସାହିତ୍ୟ ସହ ଯୋଡ଼ିବାରେ ଅବହେଳା କରିଛି | ସାହିତ୍ୟର ଅସଲ ଉଦ୍ୟେଶ ହେଉଛି ଯୋଡ଼ିବା, ଯାହା ଆମେ ଠିକ ଢଙ୍ଗରେ ତୁଲେଇ ପାରିନେ | ସାହିତ୍ୟ ଭାଷା ଭିତରେ, ସୀମା ଭିତରେ ସୀମିତ ହେବା ଉଚିତ ନୁହେଁ | ଅନ୍ୟମାନଙ୍କ ମଧ୍ୟରେ ରୋଟାରି ଇଣ୍ଟରନେସନାଲ ଡିଷ୍ଟ୍ରିକ୍ଟ ୩୨୬୨ ପ୍ରାନ୍ତପାଳ ରୋଟାରିୟାନ ଯଜ୍ଞଶିଷ ମହାପାତ୍ର ଉପସ୍ଥିତ ଥିଲେ | ଏହି ଅବସରରେ ଡ. ସୁମିତ୍ରା ମିଶ୍ରଙ୍କ କବିତା ପୁସ୍ତକ ‘ ବନ୍ଦେ ଉତ୍କଳ ଜନନୀ ‘ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା | ରୋଟାରିୟାନ ଗଙ୍ଗାଧର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲା ବେଳେ, ରୋଟାରିୟାନ ସୁମିତ୍ରା ମିଶ୍ର, ରୋଟାରିୟାନ ମଞ୍ଜୁଳା ଏବଂ ରୋଟାରିୟାନ ଶୁଭଲକ୍ଷ୍ମୀ ରଥ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ | ରୋଟାରିଆନ ଜୟନ୍ତୀ ଜଗଦେବ, ତରୁଲତା ଦ୍ୱିବେଦୀ, ରୋଟାରିୟାନ ରାଜଲଷ୍ମୀ,ଡ. ରେଖା ଦାସ, ସୁମିତ୍ରା ମିଶ୍ର, ତପସ୍ୱିନୀ ପଣ୍ଡା,ମୀନା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ |
କବିତା କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ଓଡ଼ିଆ କବିତାର ବର୍ତ୍ତମାନ, ଅତୀତ ଏବଂ ଭବିଷ୍ୟତ ଦିଗ ଉପରେ ଆଲୋଚନା କରାଯାଇଥିଲା | ଯେଉଁ ଆଲୋଚନରେ ଶ୍ରୀ ପ୍ରଦୀପ ବିଶ୍ୱାଳ, ଡ଼ଃ ସଂଗ୍ରାମ ଜେନା, ଶ୍ରୀମତି ମମତା ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *