୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବେଗୁନିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ

ଭୁବନେଶ୍ୱର : ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଯନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁଙ୍କୁ ଧରିଲା ଭିଜିଲାନ୍ସ ।

ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ସଂଘମିତ୍ରା ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ଟଙ୍କା ନ ଦେଲେ ବିଲ୍‌ ପାସ୍‌ ହୋଇପାରିବନି ବୋଲି ଧମକ ଦେଇଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଭିଜିଳାନ୍ସକୁ ସୂଚନା ଦେଇଥିଲେ।

ଏହାପରେ ପୂର୍ବ ଯୋଜନା ମୁତାବକ, ବ୍ୟକ୍ତିଜଣକ ଆଜି ମହିଳା ଯନ୍ତ୍ରୀ ସଂଘମିତ୍ରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ରଙ୍ଗ ବୋଳା ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଏହି ସମୟରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରିବା ସହ ରଙ୍ଗ ବୋଳା ଟଙ୍କା ଜବତ କରିଛନ୍ତି।

Leave a Reply

Your email address will not be published. Required fields are marked *