କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ସାତଭାୟା ଗାଁରେ ଅଭାବନୀୟ ଘଟଣା; ପୋଖରୀରେ ବୁଡ଼ି ୩ ଶିଶୁ ମୃତ

ପଟ୍ଟାମୁଣ୍ଡାଇ: ପୋଖରୀରରେ ବୁଡ଼ି ପ୍ରାଣ ହରାଇଛନ୍ତି ୩ ଜଣ ନାବାଳକ। ଏହି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ସାତଭାୟା ଗାଁରେ। ମୃତ ନାବାଳକ ମାନଙ୍କ ବୟସ ୧୦/୧୧ ବର୍ଷ ପାଖାପାଖି ହେବ। ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି। ଏହି ପିଲାମାନେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ସେମାନଙ୍କ ସହିତ ଆଉ କିଛି ପିଲା ମଧ୍ୟ ଥିଲେ। ସେମାନେ ଡାକ ପକାଇବାରୁ ଗାଁ ଲୋକେ ବୁଡ଼ି ଯାଇଥିବା ୩ ନାବାଳକଙ୍କୁ ଉଦ୍ଧାର କରିଥିଲେ।

ଉଦ୍ଧାର କରାଯିବା ପରେ ଏହି ପିଲାମାନଙ୍କୁ ପ୍ରଥମେ ଗୁପ୍ତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସେମାନଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ଏହି ତିନି ନାବାଳକ ଗାଧୋଇଲା ବେଳେ ପୋଖରୀରେ ଟିକେ ଅଧିକ ବାଟ ଚାଲି ଯାଇଥିଲେ ଓ ଆଉ ଫେରି ପାରି ନଥିଲେ। ପୁଲିସ୍ ରାଜନଗର ହସ୍‌ପିଟାଲ୍‌ରେ ପହଞ୍ଚି ଘଟଣାର ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *