ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ପ୍ରଥମ ଥର ଗୃହ ପରିଚାଳନା କରିବେ ବାଚସ୍ପତି ଆରୁଖ

ଭୁବନେଶ୍ୱର : ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ବାଚସ୍ପତି ହେବା ପରେ ଆସନ୍ତା ଅଧିବେଶନରେ ପ୍ରଥମ ଥର ଲାଗି ଗୃହ ପରିଚାଳନା କରିବେ ବିକ୍ରମ କେଶରୀ ଆରୁଖ ।

ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସମସ୍ତ ଦଳର ସଦସ୍ୟଙ୍କ ସହ ଆଲୋଚନା କରିବେ ବାଚସ୍ପତି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ସବୁ ଦଳର ନେତା ଯୋଗଦେବେ ।

ଅଧିବେଶନର ପ୍ରଥମ ଦିନ ଅର୍ଥାତ ଜୁଲାଇ ୨ରେ ହିଁ ବଜେଟ୍ ଉପସ୍ଥାପନ ହେବ । ଏହା ପରେ ୫ ଓ ୬ ତାରିଖରେ ଏହାକୁ ନେଇ ଗୃହରେ ହେବ ଆଲୋଚନା । ବିଭିନ୍ନ ପ୍ରସଙ୍ଗରେ ଏଥର ଗୃହ ସରଗରମ ରହିପାରେ । ଉଭୟ ଶାସକ ଓ ବିରୋଧୀଙ୍କୁ ନେଇ ବାଚସ୍ପତି କିପରି ସୁରୁଖୁରୁରେ ଗୃହ ଚଳାଇବେ, ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *