ଦୁର୍ନୀତି ବିରୁଦ୍ଧରେ ଶପଥ ସହ ସତର୍କ କରାଇବ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା
ଭୁବନେଶ୍ୱର : ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଓଡିଶା ଶାଖା ପକ୍ଷରୁ ସର୍କିଟ ହାଉସଠାରେ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ରାଜ୍ୟ ସଭାପତି ଆଇନଜୀବୀ କିଶୋର ଚନ୍ଦ୍ର କରଙ୍କ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ସମ୍ପାଦକ ଇଂ ବିପିନ ବିହାରୀ ନାୟକ ବିବରଣୀ ପାଠ କରିଥିଲେ। ବୈଠକରେ ବିଭିନ୍ନ ରାଜ୍ୟ ପଦାଧିକାରୀ ତାଙ୍କର ସୁଚିନ୍ତିତ ମତ ରଖିଥଲେ। ଦୁର୍ନୀତି ହଟାଇ ସମାଜସେବା କରିବାକୁ ରାଜ୍ୟ ଉପସଭାପତି ଅଶୋକ କୁମାର ମହାପାତ୍ର, ଅସିତ କୁମାର ମହାନ୍ତି, ରବୀନ୍ଦ୍ର ରାଉତରାୟ, ଲିଙ୍ଗରାଜ ସାହୁ, ଭୁବନେଶ୍ୱର ଶାଖା ସଭାପତି ଦ୍ୱାରିକା ଶତପଥି, ବିଶ୍ୱଜିତ କାନୁନନଗୋ, ମାନସ ଦାସ, ଶ୍ୟାମସୁନ୍ଦର ମହାନ୍ତି ପ୍ରମୁଖ ଅଭିଭାଷଣ ପ୍ରଦାନ କରି କହିଥିଲେ। ଏଥିରେ ସୁନିତ୍ ପାଢ଼ୀ, ସ୍ମାରକ ରଞ୍ଜନ ବେହେରା, ସମ୍ବିତ ମହାପାତ୍ର, ରାଜେନ୍ଦ୍ର ଦାସ, ଅଭିଷେକ ମହାପାତ୍ର, ହିମାଂଶୁ ଆଚାର୍ଯ୍ୟ, ସବ୍ୟସାଚୀ ଆଚାର୍ଯ୍ୟ, ସଞ୍ଜୟ କର, କୁମୁଦ ନାରୟାଣ ଦେଓ, ଦେବଶ୍ରୀ ପରିଡ଼ା, ଶ୍ରୀନିବାସ ବାରିକ୍, ଦେବାଶିଷ ଦାସ ପ୍ରମୁଖ ସାମିଲ ହୋଇ ଦୁର୍ନୀତି ବିରୁଦ୍ଧରେ ଶପଥ ନେଇଥିଲେ।