ମହଲେଖାକାର କାର୍ଯ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ସ୍ଥାନୀୟ ମହାଲେଖାକାର ଅଡିଟ-2 କାର୍ଯ୍ୟାଳୟ ଆନୁକୂଲ୍ୟରେ ଓ ଭୁବନେଶ୍ୱର ନଗର ବନ ଅଧିକାରୀଙ୍କ କାର୍ଯ୍ୟାଳୟ ସହଯୋଗରେ ପରିବେଶ ସୁସ୍ଥ ଓ ନିର୍ମଳ ରଖିବା ନିମନ୍ତେ ପାତ୍ରପଡା ଭଗବାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ,ନଗର ବନ ପରିସର ଓ ଯାଆଁଳାସ୍ଥିତ ଅମ୍ରିତା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମକୁ ମହାଲେଖାକାର ଅତୁଲ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ନଗର ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା,ଉପରେ ମହାଲେଖାକାର ଶୁଭମ ସ୍ୱାମୀ ଭୈଜନଥ,ସୁଶ୍ରୀ ପ୍ରଥମା ପ୍ରତୀକ୍ଷା ପ୍ରଧାନ, ରେଞ୍ଜର ପ୍ରତାପ ଚନ୍ଦ୍ର ମହାନ୍ତି,ଫରେଷ୍ଟର ଅର୍ଚ୍ଚନା ପାତ୍ର, ସୁମିତ୍ରା ମିଶ୍ର,ମହାଲେଖାକାର କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ,ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ମହାଲେଖାକାର ଅତୁଲ ପ୍ରକାଶ ଓ ନଗର ବନ ଅଧିକାରୀ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ସହ ଭବିଷ୍ୟତରେ ସେମାନେ ସୁସ୍ଥ ପରିବେଶ ଗଠନରେ ସେମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ l ସିଏଜି କାର୍ଯ୍ୟାଳୟ ଜଳ ବାୟୁ ପରିବର୍ତ୍ତନ ଉପରେ ଅଡିଟ କରିବା ସହ ଦେଶ ବ୍ୟାପି ଏହାର କର୍ମଚାରୀମାନେ ଜନ ସଚେତନତା ସୃଷ୍ଟି ପାଇଁ ନଣ୍ଡା ପାହାଡ, ଖାଲି ଜାଗା, ଶିକ୍ଷା ଅନୁଷ୍ଠାନ ପରିସର ପଥ ପାର୍ଶ୍ଵରେ ବୃକ୍ଷରୋପଣ କରିବା ପାଇଁ ସିଏଜି ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଅଛି l ଏହି କାର୍ଯ୍ୟକ୍ରମରେ ବଉଳ, ମେହଗାନି, ଓଉ, ନିମ ଓ ଅଁଳା ଆଦି ବୃକ୍ଷରୋପଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *