ସୃଜନୀ ପରିବାର, ଚେନ୍ନାଇ ଦ୍ବାରା “ସୃଜନ ମନ୍ଥନ” କାର୍ଯ୍ୟକ୍ରମ

ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ସାଇମନ ବିଡ଼ିକାଙ୍କ ଦ୍ୱାରା ଲିଖିତ ଗବେଷଣାତ୍ମକ ସଂକଳନ “ନବରଙ୍ଗପୁର ଆଦିବାସୀ ଲୋକସାହିତ୍ୟ ଓ ସାଂସ୍କୃତିକ ପରମ୍ପରା”କୁ ନେଇ ଅନୁଷ୍ଠିତ ହୋଇଯାଇଛି। ବରେଣ୍ୟ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ମାତୃଭାଷା ପୁରସ୍କାର (ୟୁନେସ୍କୋ) ପ୍ରାପ୍ତ ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷକ
ଡ଼କ୍ଟର ମହେନ୍ଦ୍ର କୁମାର ମିଶ୍ର ଯୋଗଦେଇଥିବା ବେଳେ ବରେଣ୍ୟ ଉଦ୍ ଘାଟିକା ଭାବେ ସାରସ୍ୱତ ସାଧିକା ତଥା ଶିକ୍ଷାବିତ୍ ଉପଦେଷ୍ଟା ,ସୃଜନୀ ପରିବାର ଡକ୍ଟର ବାସନ୍ତୀ ମହାନ୍ତି ଯୋଗଦେଇଥିଲେ। ବରେଣ୍ୟ ଅତିଥି ଭାବରେ ପକ୍ଷୀଘର ପ୍ରକାଶନୀର ନିର୍ଦ୍ଦେଶକ ଶ୍ରୀ ବନୋଜ ତ୍ରିପାଠୀ, ପ୍ରଶାସନିକ ଅଧିକାରୀ ତଥା କବି ଶ୍ରୀଯୁକ୍ତ ଧର୍ମରାଜ ମାଝୀ, ସାହିତ୍ୟିକ ତଥା ଗବେଷକ ଶ୍ରୀ କେଦାରେଶ୍ଵର ପଟ୍ଟନାୟକ, ସଂପାଦକ ” ଦେଶିଆ ” ଶ୍ରୀଯୁକ୍ତ ରଞ୍ଜନ ମହୁରିଆ ଉପସ୍ଥିତ ଥିଲେ।
ବରେଣ୍ୟ ଅତିଥି ତଥା ସମୀକ୍ଷକ ଭାବେ ସାରସ୍ୱତ ସାଧକ ତଥା ଶିକ୍ଷାବିତ୍ ଡଃ. ପ୍ରଦୀପ କୁମାର ମିଶ୍ର, ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଗବେଷକ ଡଃ .ରାଜେନ୍ଦ୍ର ପାଢୀ, ସାହିତ୍ୟିକା ତଥା ଶିକ୍ଷାବିତ୍ ଡଃ. ମମତା ପ୍ରିୟଦର୍ଶିନୀ ସାହୁ । ମୁଖ୍ୟ ଉପଦେଷ୍ଟା,ସୃଜନୀ ପରିବାର ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର(ଆଇ ଏଫ୍ ଏସ୍ – ଅବସରପ୍ରାପ୍ତ), ଦର୍ଶନ ଶାସ୍ତ୍ର ବିଶାରଦ, ଶିକ୍ଷାବିତ୍ ଉପଦେଷ୍ଟା ,ସୃଜନୀ ପରିବାର ପ୍ରଫେସର୍ ଗୋଦାବରୀଶ ମିଶ୍ର ଉପସ୍ଥିତ ଥିଲେ। ସୃଜନୀର ସମ୍ପାଦକ ଶ୍ରୀମାନ ଅଶୋକ ସାମନ୍ତ ପରିଚାଳନା କରିଥିବା ବେଳେ ଲୋକ ସାହିତ୍ୟିକ ତଥା କବି ଶ୍ରୀ ସବ୍ୟସାଚୀ ବିଷୋୟୀ ସଂଯୋଜନା କରିଥିଲେ। ବରେଣ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ ଓ ଆନନ୍ଦ କୁମାର ଦାଶ ସଙ୍ଗୀତ ପରିବେଷଣ କରିଥିଲେ। ଅନ୍ଯମାନଙ୍କ ମଧ୍ୟରେ ପ୍ରଫେସର ଡକ୍ଟର ଅନନ୍ତ ଗିରି, ପ୍ରଭାସିନୀ ମହାନ୍ତି, ରାଧାନାଥ ବେହେରା ସହ ଅନେକ ଶ୍ରୋତା ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *