ଉଦଘାଟିତ ହେଲା ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର

ପାରାଦୀପ: ସାକାର ହେଉଛି ରାଜ୍ୟ ସରକାରଙ୍କ ନଦୀଭିତ୍ତିକ ପରିବହନ ସ୍ୱପ୍ନ। ଆଜି ନଦୀ ସଂଯୋଗୀକରଣ ବିକାଶରେ ଓଡ଼ିଶା ପାଇଁ ଐତିହାସିକ ଦିନ। ପାରାଦୀପରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର । ଯାହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ, ଜଳପଥ ଓ ବନ୍ଦର ବିଭାଗ ମନ୍ତ୍ରୀ ସଦାନନ୍ଦ ସୋନୱାଲ୍।

ଏହି ଅବସରରେ ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଇଫକୋ, ଓଏସଏଲ ଓ ପାରାଦୀପ ବନ୍ଦର ସହଯୋଗରେ ତିଆରି ହୋଇଛି ଏହି ନଦୀଭିତ୍ତିକ ବନ୍ଦର ।

ତେବେ ଏହି ବନ୍ଦର ଦ୍ୱାରା ପରିବହନ କ୍ଷେତ୍ରରେ ଓଡ଼ିଶା ଏକ ଐତିହାସିକ ସଫଳତା ହାସଲ କରିଛି। ଏଥିଯୋଗୁଁ ରାଜ୍ୟ ଓ ବିଭିନ୍ନ ଦେଶକୁ ପଣ୍ୟ ପରିବହନ ସହଜ ହେବ।

Leave a Reply

Your email address will not be published. Required fields are marked *