ପ୍ରଧାନଶିକ୍ଷକଙ୍କ ବିଦାୟ ସମ୍ବର୍ଦ୍ଧନାରେ ଭାବବିହ୍ୱୋଳ ହେଲେ ଛାତ୍ରଛାତ୍ରୀ

ବାଲିକୁଦା : ଗତ ୦୫.୦୨.୨୦୨୩ ରେ ରାହାଣସ୍ଥ ବାବା ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ତରଫରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସଂସଦର ସଭାପତି ଦିଲ୍ଲିପ କୁମା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଭା ଆୟୋଜନ ପୂର୍ବରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ବିଦ୍ୟାଳୟ ପ୍ରତିଷ୍ଠାତା ସ୍ୱର୍ଗତ ବାବା ବିଦ୍ୟାଧର, ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଳ ଦେଇ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ନିମନ୍ତ୍ରୀତ ଅତିଥୀଙ୍କ ଦ୍ୱାର ସଭା ଆରମ୍ଭ କରାଯାଇଥିଲା । ଏହି ସଭାରେ ଗତ ଜାନୁୟାରୀ ୩୧ ତାରିଖରେ ବିଧିବଦ୍ଧ ଭାବେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡାଙ୍କୁ ସଂସଦ ତରଫରୁ ମୂଖ୍ୟ ଅତିଥି ତଥା କଟକସ୍ଥ ଓଡିଶା ସରକାରଙ୍କ ସର୍ବେକ୍ଷଣ ଓ ବନ୍ଦୋବସ୍ଥର ଅତିରିକ୍ତ ନିର୍ଦ୍ଦେଶକ ଓ ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ,କବି,ଗାଳ୍ପିକ ଓ ସମାଜସେବୀ ବ୍ରହ୍ମାନନ୍ଦ ବେହେରା ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ସମ୍ମାନ୍ନୀତ ଅତୀଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବାଇଧର ତ୍ରିପାଠୀ ,ଅତିରିକ୍ତ କ୍ଳକ ଶିକ୍ଷା ଅଧିକାରୀ ଆଦିକନ୍ଦ ଦାସ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା, ହିନ୍ଦୀ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ତିନିଗାଁ ମଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଭାକର ସ୍ୱାଇଁ,ପୂର୍ବତନ ଶିକ୍ଷକ ଚାନୁ କୁମାର ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବିଶ୍ୱାଳ,ବସନ୍ତ ସାହୁ, ସମାଜସେବୀ ଜଟାଧାରୀ ସାହୁ, ରାହାଣ ସରପଞ୍ଚ ନଳୀନି ପ୍ରଭା ପାଢୀ,ସମିତି ସଭ୍ୟା ଲିଜାରାଣୀ ନାୟକ,ବିଦାୟୀ ଗୁରୁପତ୍ନୀ ବିନୋଦିନୀ ପରିଡା଼,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଟାଧାରୀ ସେନାପତି,ଶିକ୍ଷକ ବିପ୍ରବର ବେହେରା, ସମାଜସେବୀ ସୁବାଷ ଚନ୍ଦ୍ର ନାୟକ,ଶିକ୍ଷକ ସନ୍ତୋଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ପୂର୍ବତନ ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟ ଓ ପରମ୍ପରାକୁ ଭୁୟସୀ ପ୍ରସଂସା କରିଥିଲେ ଓ ଆଗମୀ ଦିନରେ ଏହି ପରମ୍ପରାକୁ ଚାଲୁ ରଖିବେ ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଅନ୍ୟମାନେ ଅନୁପ୍ରାଣିତ ହେବେ ।
ଏହି ସଭା ପରିଚାଳନାରେ ସଂସଦର ସମ୍ପାଦକ ଅଭୟ ମାଝୀ ,କୋଷାଧ୍ୟକ୍ଷ ବାବୁଲି ବେହେରା, ପୂର୍ବତନ ଛାତ୍ର ବିଶ୍ୱବିଜୟୀ ସ୍ୱାଇଁ,ଶତୃଘ୍ନ ମାଝୀ,ଲଳୀତ ସ୍ୱାଇଁ, ଶ୍ରୀନିବାସ ବେହେରା, ବଟକୃଷ୍ଣ ଦାସ, ପ୍ରମୋଦ ପୃଷ୍ଟି, ତ୍ରିନାଥ ପ୍ରଧାନ,ଜୟନ୍ତୀ ସାହୁ, ପ୍ରମୋଦ ପ୍ରଧାନ,ମନୋରଞ୍ଜନ ବିଶ୍ୱାଳ,ଅନୂପମା ପୁହାଣ,ବସନ୍ତ ମହାରଣା,ଦିଲ୍ଲିପ ସ୍ୱାଇଁ, ନଳୀନିକାନ୍ତ ସ୍ୱାଇଁ, ବାବୁରାମ ମାଝୀ,ରଞ୍ଜିତ ମାଝୀ,ମୁନା ପ୍ରଧାନ,ଦେବେନ୍ଦ୍ର ବେହେରା , ସାହାଜାହାନ ପ୍ରଧାନ,ରୂଦ୍ର ପ୍ରକାଶ ବେହେରା,ବିଘ୍ନେଶ ବେହେରା, ବଲ୍ଲଭ ଖଟୁଆ,ଅମିତ ଦାସ,ଜୁଲିରାଣୀ ପଣ୍ଡା,ସ୍ୱୟଂସ୍ନାତା ବେହେରା,ରାନୀ ଖଟୁଆ,ସୁଜାତା ମଲ୍ଲିକ ସହ ଅନ୍ୟ ସମସ୍ତ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଶିକ୍ଷକ ମାନଙ୍କ ସହ କଟାଇଥିବା ମଧୁର ସ୍ମୃତି ଚାରଣ କରିବା ସହ ସମ୍ବର୍ଦ୍ଧନା ସଭାର ସଫଳ ରୁପାୟନରେ ସହଯୋଗ କରିବା ସହ ଅଞ୍ଚଳ ବାସୀଙ୍କୁ କୃତଜ୍ଞତା ଜ୍ଞାପନ ଓ ଭୁୟସୀ ପ୍ରସଂସା କରିଥିଲେ । ଅପରାହ୍ନରେ ବିଦାୟୀ ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ମଟରସାଇକେଲ ଶୋଭାଯାତ୍ରାରେ ଏକ ଖୋଲା ଜିପରେ ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରାଇ ବରମୁଣ୍ଡଳୀ ପଞ୍ଚାୟତ ଅନ୍ତର୍ଗତ ତାଳଗାଁରେ ପହଞ୍ଚାଇ ବିଦାୟ ଦେଇଥିଲେ ।
ସଂସଦର ସଭାପତି ଦିଲ୍ଲୀପ କୁମାର ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ମିଲନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଓ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *