ଦକ୍ଷତା ବିକାଶ ପ୍ରତିଯୋଗିତାରେ ଓଡ଼ିଶାକୁ ସଫଳତା; ମିଳିଛି ୫୧ଟି ପଦକ

ଭୁବନେଶ୍ୱର: ଦକ୍ଷତା ବିକାଶ ପ୍ରତିଯୋଗିତାରେ ପୁଣି ଥରେ କୀର୍ତ୍ତିମାନ ସ୍ଥାପନ କରି ଓଡ଼ିଶା ଫେରିଛନ୍ତି ଦକ୍ଷ ପ୍ରତିଯୋଗୀ। ଭୁବନେଶ୍ୱର ରେଳ ଷ୍ଟେସନଠାରେ ପହଞ୍ଚିବା ପରେ ଦକ୍ଷତା ବିକାଶ ପ୍ରାଧୀକରଣ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ନିକଟରେ ଦିଲ୍ଲୀରେ ସମାପ୍ତ ହୋଇଥିବା ‘ଇଣ୍ଡିଆ ସ୍କିଲ୍‌’ ପ୍ରତିଯୋଗିତାରେ ଓଡ଼ିଶା ସର୍ବାଧିକ ପଦକ ହାସଲ କରିବାରେ ସଫଳ ହୋଇଛି। ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ସ୍କିଲ ୨୦୨୨ ପ୍ରତିଯୋଗିତାରେ ଓଡ଼ିଶା ୧୦ଟି ସ୍ଵର୍ଣ୍ଣ ପଦକ ସହିତ ୧୮ଟି ରୌପ୍ୟ ୯ଟି କାଂସ୍ୟ ଏବଂ ୧୪ ମେଡାଲିୟନ୍ ଅଫ୍ ଏକ୍ସଲେନ୍ସ ସହିତ ସର୍ବମୋଟ ୫୧ଟି ପଦକ ହାସଲ କରିଛି। ଏହି ବିଜେତା ମାନେ ଆସନ୍ତା ଅକ୍ଟୋବରରେ ଚିନର ସାଂଘାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସ୍ପର୍ଣ୍ଣ ପଦକ ବିଜେତାଙ୍କୁ ୧ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୭୫ ହଜାର, କାଂସ୍ୟ ପଦକ ବିଜେତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିଛି । ଓଡ଼ିଶାରୁ ୭୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ ଗ୍ରହଣ କରିଥିଲେ। କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମତା ମନ୍ତ୍ରଣାଳୟ ଦ୍ବାରା ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *