ସ୍ୱାବଲମ୍ବୀ ଓଡିଶା ପକ୍ଷରୁ ‘ପ୍ରବର୍ତ୍ତନ’ : ଷ୍ଟାର୍ଟଅପ୍ ଆହ୍ୱାନର ସମାଧାନ ପାଇଁ ଏକାଠି ହେଲେ ଉଦ୍ୟୋଗୀ

ଭୁବନେଶ୍ୱର: ଓଡ଼ିଶାରେ ଗଢି ଉଠିଥିବା ଷ୍ଟାର୍ଟଅପ୍ ମାନଙ୍କରେ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା, ପରାମର୍ଶଦାତା, ପାଣ୍ଠି ସୁଯୋଗ, ଆଇନଗତ ଅନୁପାଳନ, ଟ୍ରେଡ୍ ମାର୍କ, କପିରାଇଟ୍ , ଆଇଏସଓ, ଏଫଏସଏସଏଆଇ, ଆଇଇସି (ଆମଦାନୀ ରପ୍ତାନି) ଇତ୍ୟାଦି ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ନିମନ୍ତେ ସ୍ୱାବଲମ୍ବୀ ଓଡିଶା ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଅଛି | ‘ପ୍ରବର୍ତ୍ତନ’ ନାମରେ ଆୟୋଜିତ ଏହି ଦିନିକିଆ କାର୍ଯ୍ୟକ୍ରମରେ ସାରା ଓଡିଶାରୁ ପ୍ରାୟ 150ରୁ ଉର୍ଦ୍ଧ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରିଥିଲେ | ଏହି ‘ପ୍ରବର୍ତ୍ତନ’ କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ମାନଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଉଥିବା ପାଣ୍ଠି ଯୋଗାଡ଼ ସହ ଉତ୍ପାଦ ଓ ସେବାର ବ୍ୟାପକ ପ୍ରସାରର ସମାଧାନ ଉପରେ ଆଲୋଚନା ହୋଇଥିଲା | ଓଡ଼ିଶାରେ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ କାମ କରିବା ପାଇଁ ଆଗେଇ ଆସୁଥିବା ଉତ୍ସାହୀ ଯୁବ ଉଦ୍ୟୋଗୀ ମାନଙ୍କୁ ଗୋଟିଏ ଛାତ ତଳେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଲକ୍ଷ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଅନେକଙ୍କ ମନରେ ଏକ ନୂତନ ଆଶା ସଂଚାର କରିଛି |

ପାଣ୍ଠି ସଂଗ୍ରହ ସହ ଉପଯୁକ୍ତ ଷ୍ଟାର୍ଟଅପକୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ ନିମନ୍ତେ 10 ଗୋଟି ନିବେଶକ ସଂସ୍ଥା ଆଗ୍ରହ ପ୍ରକାଶ କରି ଖୁବ ଶୀଘ୍ର ଏହା ଉପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |

ଏହି ‘ପ୍ରବର୍ତ୍ତନ’ କାର୍ଯ୍ଯ୍ୟକ୍ରମ “SIDBI (Small Industries Development Bank of India)”ର ସହଯୋଗରେ ତଥା ସ୍ୱାବଲମ୍ବୀ ଓଡିଶା, ଷ୍ଟାର୍ଟଅପ-ଓଡିଶା ଏବଂ ଆଇ.ଆଇ.ଟି ଭୁବନେଶ୍ୱରର ମିଳିତ ସହଭାଗିତାରେ ଆୟୋଜିତ ହୋଇଥିଲା |

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ଃ ଓଁକାର ରାୟ, Executive Chairman O-Hub, Start-up Odisha ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଚୌଧୁରୀ, State Head – SIDBI ଉପସ୍ଥିତ ଥିଲେ |

ସ୍ୱାବଲମ୍ବୀ ଓଡ଼ିଶାର ସଭାପତି ବୈକୁଣ୍ଠ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚେୟାରମ୍ୟାନ ସଦାଶିବ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ |

Leave a Reply

Your email address will not be published. Required fields are marked *