

- ରାଜ୍ୟରେ ଦିନକରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ |ସଂଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ରୋଗୀ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୨ ଜଣ। ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୫୦୫କୁ ବୃଦ୍ଧି, ସୁସ୍ଥ ହେଲେଣି ୧୦ ଲକ୍ଷ ୩୯ ହଜାର ୯୨୧ ରୋଗୀ। ଏବେ ବି ଚିକିତ୍ସାଧୀନ ୨୧୦୭ ଜଣ |
- ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରା କସ୍ତୁରବା ହାଇସ୍କୁଲର ୯ ଛାତ୍ରୀଙ୍କୁ କୋରୋନା। ସମସ୍ତ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇ ଚାଲିଛି ଚିକିତ୍ସା। ବିଦ୍ୟାଳୟର ମୋଟ୍ ଛାତ୍ରୀ ସଂଖ୍ୟା ୧୯୫ । ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ହୋଇଥିବା ସୂଚନା । ସୂଚନା ଦେଲେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର |