ବୋଲେରୋ ଧକ୍କାରେ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆ ଛକ ନିକଟରେ ଆଜି ସକାଳୁ ବୋଲେରୋ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ଉତ୍ୟକ୍ତ ଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା ଜାରି ରଖିଛି ।
ସୂଚନା ଅନୁଯାୟୀ ଆଜି ସକାଳେ ତୁରୁମୁଙ୍ଗାର ନାଗେଶ୍ଵର ସାହୁ ନାମକ ଜଣେ ବ୍ୟକ୍ତି ସ୍କୁଟି ଯୋଗେ ନିହ୍ନୁଆ ଛକ ନିକଟରେ ରାସ୍ତା ପାରି ହେଉଥିବା ସମୟରେ ଯଶିପୁର ରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ସେଠାରୁ ତାଙ୍କୁୁ ପ୍ରଥମେ ତୁରୁମୁଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ବୋଲେରୋଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ରାଜପଥର ଉଭୟ ପାଶ୍ୱର୍ରେ ଶହ ଶହ ଯାନବାହନ ଅଟକି ରହିଛି ।

Leave a Reply

Your email address will not be published. Required fields are marked *