ପ୍ରକୃତିର ସୌନ୍ଦର୍ଯ୍ୟ ତାଙ୍କ ପାଇଁ ଥିଲା ଈଶ୍ୱର ପ୍ରଦତ୍ତ ବରଦାନ -ଶକ୍ତିପ୍ରଦା ମହାପାତ୍ର
କଳାହାଣ୍ଡି ମାଟିର ମହକ ତଥା ଏହାର ସବୁଜିମାମୟ ପରିବେଶ ଏବଂ ଏଠାକାର ଲୋକକଳା ଘୁମୁରାର ଆକର୍ଷଣ ତାଙ୍କୁ ପ୍ରେରଣା ଯୋଗାଇଥିଲା ଲେଖନୀ ଧରିବା ପାଇଁ l ଏଥିସହ ପିତାଙ୍କ ଅଦୃଶ୍ୟ ଶକ୍ତି ଓ ନେପଥ୍ୟରେ ମାଙ୍କ ଲେଖା ଏହି ସୁସାହିତ୍ୟିକାଙ୍କ ପାଇଁ ପାଇଁ ସାଜିଥିଲା ବରଦାନ l ତେବେ ସେହି ଯୁବ ସାହିତ୍ୟିକା ଜଣଙ୍କ ହେଉଛନ୍ତି ଶ୍ରୀମତୀ ଶକ୍ତିପ୍ରଦା ମହାପାତ୍ର l ସଂସ୍କୃତି ସମ୍ପର୍ଣ୍ଣ ସହର ପୁରୀରେ ଜନ୍ମିତା ଶକ୍ତିପ୍ରଦା ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଓଡିଶା ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ଏକ ଶୃଙ୍ଖଳିତ ଏବଂ ଶିକ୍ଷଣ ପରିବେଶରେ ନିଜର ସମ୍ପୂର୍ଣ୍ଣ ଶୈଶବ ସମୟ କାଟିଥିବା ଶକ୍ତିପ୍ରଦାଙ୍କ ଜୀବନରେ ତାଙ୍କ ପିତା ସ୍ବର୍ଗତ ରାଧା ମୋହନ ମିଶ୍ରଙ୍କ ଅଗାଧ ପାଣ୍ଡିତ୍ୟର ଛିଟା ପଡିଥିଲା ଏହି ଲେଖିକାଙ୍କ ହାତରେ l ଯାହାର ଫଳ ସ୍ୱରୂପ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସମ୍ବାଦ,ସମାଜ ଓ ପ୍ରଜାତନ୍ତ୍ର ଭଳି ପତ୍ରିକାରେ ନିଜର ଲେଖାକୁ ଏକ ନୂଆ ରୂପ ଦେବାରେ ଲାଗିଲେ ଶକ୍ତିପ୍ରଦା l
ଛାତ୍ର ସମୟରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିବା ଏହି ସୁସାହିତ୍ୟିକାଙ୍କ ମତରେ “ସାହିତ୍ୟ ଏକ ଏମିତି ଅମୃତ ଶବ୍ଦ ଯାହା ଦ୍ୱାରା ଏକ ରାଷ୍ଟ୍ରର ହିତ ସାଧନ ହେବା ସହ ଗୋଟିଏ ପାଠକ ଓ ଲେଖକ ମଧ୍ୟରେ ଖୁସିର ଉନ୍ମାଦନା ସୃଷ୍ଟି କରିଥାଏ ଏବଂ ନବ ଚେତନା ଉନ୍ମୋଚନ କରେ” l
ସାହିତ୍ୟିକା ଶକ୍ତିପ୍ରଦା ମହାପାତ୍ରଙ୍କ କିଛି କୃତି –
ପୁସ୍ତକ -ସ୍ମୃତି ଅସରନ୍ତି
ପୁରସ୍କାର -ନାରୀଶ୍ରୀ ସମ୍ମାନ,ସୁସାହିତ୍ୟିକା ସମ୍ମାନ
(ଜାନକୀ ବଲ୍ଲଭ ପଟ୍ଟନାୟକ କମିଟି ),କବିଶ୍ରୀ ସମ୍ମାନ (ଡ଼.ରାଧାନାଥ ରଥ ଫାଉଣ୍ଡେସନ) ଇତ୍ୟାଦି ଅନେକ l
ନିଜର ସାରସ୍ୱତ ସାଧନାରେ ମହିୟସୀ ମହିଳା ତଥା ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ଅବଦାନ ଖୁବ୍ ରହିଥିବା ବେଳେ ଓଡ଼ିଆ ଭାଷା ସାହିତ୍ୟରେ ଶ୍ରୀମତୀ ମହାପାତ୍ର ଉତ୍କଳମଣି ଗୋପବନ୍ଧୁ,ରବି ସିଂ,ପ୍ରତିଭା ରାୟ ଏବଂ ମନୋଜ ଦାସଙ୍କୁ ନିଜର ଆଦର୍ଶ ମାନନ୍ତି l ଆଗାମୀ ଦିନରେ ସାହିତ୍ୟ କ୍ଷେତ୍ରକୁ ଆସୁଥିବା ନବାଗତଙ୍କୁ ଶକ୍ତିପ୍ରଦା ଏହି ଉପଦେଶ ଦିଅନ୍ତି ଯେ “ବର୍ତ୍ତମାନର ପ୍ରଚାର ପ୍ରସାର ଯୁଗରେ ଚାଲିଥିବା ପରମ୍ପରା ଠାରୁ ଲେଖକମାନେ ଦୁରେଇ ରୁହନ୍ତୁ ଏବଂ ନିଷ୍ଠାର ସହିତ ନିଜର ଲେଖକୀୟ ଜୀବନକୁ ଅଗ୍ରସର କରାନ୍ତୁ” l ସାହିତ୍ୟ ଜରିଆରେ ସମାଜ ଓ ରାଷ୍ଟ୍ରର ଉନ୍ନତି ସାଧନା ସହିତ ଲୁପ୍ତମୁଖୀ ସଂସ୍କୃତିର ବାସ୍ତବିକ ଉଜ୍ଜୀବିତର ଲକ୍ଷ୍ୟ ରଖିଛନ୍ତି ସାହିତ୍ୟିକା ଶକ୍ତିପ୍ରଦା ମହାପାତ୍ର l