ଅପମିଶ୍ରଣ ଠାରୁ ଦୂରରେ ରହି ପାରମ୍ପରିକ ଉପାୟରେ ପୌଷ୍ଟିକ ଖାଦ୍ୟ ବାଣ୍ଟୁଛନ୍ତି -ୟୁଥ୍ରୀ ଆଗ୍ରୋ ଫୁଡ୍ସ

ଏକ ସୁନ୍ଦର ଓ ସ୍ୱାସ୍ଥ୍ୟକର ଜୀବନ ବିତାଇବା ପାଇଁ ସମସ୍ତେ ଚାହାନ୍ତି।ସେହି ଲକ୍ଷ୍ୟରେ ପାରମ୍ପରିକ କାଠଘଣା ଏବଂ ଆଧୁନିକ ମୋଟର ସହାୟତାରେ ସେ ସମାଜକୁ ବାଣ୍ଟୁଛନ୍ତି ସୁଷମ ଏବଂ ପୁଷ୍ଟିକର ଖାଦ୍ୟଦ୍ରବ୍ୟ । ଯାହା ଅପମିଶ୍ରଣ ଠାରୁ ବହୁ ଦୂରରେ।”ୟୁଥ୍ରୀ ଆଗ୍ରୋ ଫୁଡ୍ସ” ନାମକ ଖାଦ୍ୟଶିଳ୍ପ ଜରିଆରେ ସମାଜକୁ ଉନ୍ନତ ଓ ପୌଷ୍ଟିକ ଦ୍ରବ୍ୟ ପ୍ରଦାନ କରିବାରେ ସର୍ବଦା ତତ୍ପର ସହ-ପ୍ରତିଷ୍ଠାତା ସୁଶ୍ରୀ ପଟ୍ଟନାୟକ ଓ ସାତ୍ୟକି ପଟ୍ଟନାୟକ।ଭୁବନେଶ୍ୱର ନିବାସୀ ଏହି ଦମ୍ପତି ଭାରତ ସରକାରଙ୍କ ଅଧୀନ ଓଡ଼ିଶା ଖଦିବୋର୍ଡ ଓ ନିଜର ଅକ୍ଲାନ୍ତ ପରିଶ୍ରମରେ ବାଳକାଟୀସ୍ଥିତ ସତ୍ୟଭାମାପୁରରେ ନିଜର ଏହି ଶିଳ୍ପ ପ୍ରତିଷ୍ଠା କରିଛନ୍ତି।୨୦୨୨ ଜାନୁୟାରୀ ୨୨ରେ ମାତ୍ର ୩ ଜଣଙ୍କୁ ନେଇ  କାଠଘଣା ତେଲର ଉପାଦେୟତାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଉଦ୍ଦେଶ୍ୟରେ “ୟୁଥ୍ରୀ ଆଗ୍ରୋ ଫୁଡ୍ସ”ର ଭିତ୍ତି ପଡିଥିଲା ।

ଏହି ପଟ୍ଟନାୟକ ଦମ୍ପତି ଖୁବ ଉଚ୍ଚମନା ଓ ପ୍ରତିଭାଧାରୀ ଅଟନ୍ତି।ପୂର୍ବରୁ ଉଭୟଙ୍କ ପାଖେ ସରକାରୀ ଚାକିରୀ,ଶିକ୍ଷକତା,ହସ୍ତଶିଳ୍ପର ଯଥେଷ୍ଟ ଅଭିଜ୍ଞତା ରହିଥିବା ବେଳେ ବର୍ତ୍ତମାନ ସମୟରେ ବଜାରରେ ଶୁଦ୍ଧ ଜିନିଷକୁ ଉପଲବ୍ଧ କରାଇବାର ରାସ୍ତାରେ ଉଭୟ କାର୍ଯ୍ୟରତ ।

“ୟୁଥ୍ରୀ ଆଗ୍ରୋ ଫୁଡ୍ସ” ଓ ଏହାର ଗୁଣବତ୍ତା ବିଷୟରେ କିଛି-

ଏଠାରେ ବ୍ୟବହୃତ ତେଲଘଣା ପଥର ଓ ଲୁହାଘଣା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏହି ଶିଳ୍ପରେ କାଠଘଣାରେ ସୋରିଷ ତେଲ,ବାଦାମ ତେଲ ଏବଂ ପାରମ୍ପରିକ ପ୍ରଣାଳୀରେ ଛତୁଆ,ବେସନ,ଅଟା ଇତ୍ୟାଦି ପ୍ରସ୍ତୁତ ହୁଏ । ଏଠାର ପ୍ରସ୍ତୁତ ପ୍ରଣାଳୀ ଅନ୍ୟଠୁ ଟିକିଏ ଭିନ୍ନ କାରଣ ବ୍ୟବହୃତ କାଠଘଣା ବବୁଲ୍ କାଠରେ ନିର୍ମିତ ହୋଇଥିବା ବେଳେ ତୈଳ ପ୍ରସ୍ତୁତ ମାତ୍ର ୪୦°ରେ ତିଆରି ହୁଏ । ପ୍ରସ୍ତୁତ ତୈଳରେ କମ୍ ଦୁର୍ଗନ୍ଧ ଏବଂ ଉଚ୍ଚତାପ କମ୍ ଥିବାରୁ ପୋଷାକତତ୍ୱର ମାତ୍ରା ଅଧିକ ଥାଏ । ଅନ୍ୟପକ୍ଷରେ ଛତୁଆ,ଅଟା ଆଦି ଚିନିଠୁ ଖୁବ୍ ଦୂରରେ ଥାଏ।ଯାହା ଆମ ଶରୀର ପାଇଁ ସ୍ୱାସ୍ଥ୍ୟପଯୋଗୀ ଅଟେ ।
 
ପ୍ରତିଷ୍ଠାତା ଦମ୍ପତି ଶ୍ରୀଯୁକ୍ତ ସାତ୍ୟକି ପଟ୍ଟନାୟକ ଓ ଶ୍ରୀମତୀ ସୁଶ୍ରୀ ପଟ୍ଟନାୟକଙ୍କ ମତରେ “ସ୍ବାସ୍ଥ୍ୟ ହିଁ ସମ୍ପଦ” । ସଡ଼କରେ ମିଳୁଥିବା ଓ ଉତ୍ତମ ଗୁଣବତ୍ତାରେ ପ୍ରସ୍ତୁତ ହେଉଥିବା ଶିଳ୍ପର ଖାଦ୍ୟର ମାନ ଭିତରେ ଯଥେଷ୍ଟ ଫରକ ଅଟେ । ତେଣୁ  ଶସ୍ତାରୁ ହୀନସ୍ଥା ହୋଇ ଖାଦ୍ୟ କିଣି ଡାକ୍ତରଙ୍କୁ ଦକ୍ଷିଣା ଦାନ କରିବା ଅପେକ୍ଷା ଟିକେ ଅଧିକ ଖର୍ଚ୍ଚ କରି ଉତ୍ତମ ଖାଦ୍ୟ ସେବନ କରିବା ବୁଦ୍ଧିମତା ଅଟେ ।
ଆଗାମୀ ଦିନରେ ୟୁଥ୍ରୀ ଆଗ୍ରୋ ଫୁଡ୍ସର ଉତ୍ପାଦ ଓ ଏହାର ଉପାଦେୟତା ସମ୍ପର୍କରେ ଲୋକ ଅବଗତ ହେବା ସହ ଓଡ଼ିଶାର ପ୍ରତି ଘରେ ଏହାର ଖାଦ୍ୟ ସାମଗ୍ରୀ ପହଞ୍ଚୁ ବୋଲି ଆଶା କାମନା କରିଛନ୍ତି ପ୍ରତିଷ୍ଠାତା ତଥା ପଟ୍ଟନାୟକ ଦମ୍ଫତ୍ତି ।

Leave a Reply

Your email address will not be published. Required fields are marked *