୨୪ ତମ କଳିଙ୍ଗ ପୁସ୍ତକ ମେଳା ସମ୍ମାନ ୨୦୨୧ : ୧୧ ଜଣ ବିଶିଷ୍ଟ ସାରସ୍ୱତ ପ୍ରତିଭା ହେଲେ ସମ୍ମାନିତ

ଭୁବନେଶ୍ୱର : ୨୪ ତମ କଳିଙ୍ଗ ପୁସ୍ତକ ମେଳା କମିଟିର ପୁର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ ୨୦୨୧ ସ୍ଥାନୀୟ ଜୟଦେବ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି | ଏହି ସାରସ୍ୱତ ସମାରୋହରେ ଓଡ଼ିଆ ସାହିତ୍ୟର ୧୧ଟି ବିଭାଗରେ ୧୧ ଜଣ ବିଶିଷ୍ଟ ସାରସ୍ୱତ ପ୍ରତିଭାଙ୍କୁ ୨୪ ତମ କଳିଙ୍ଗ ପୁସ୍ତକ ମେଳା ଓ ପୁର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ ୨୦୨୧ ରେ ସମ୍ମାନିତ କରାଯାଇଛି | ତା ସହ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ଜଣେ ବିଶିଷ୍ଟ ସାମାଜିକ କର୍ମୀଙ୍କୁ କଳିଙ୍ଗ ପୁସ୍ତକ ମେଳା ସ୍ୱତନ୍ତ୍ର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି |

ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ( ମୁଖ୍ୟ ଆୟକର ସଚିବ, IRS ), ବିଜୟ ନାୟକ, ପୂର୍ବତନ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ, ଓଡିଶା ସରକାର, ପ୍ରଫେସର ବସନ୍ତ ପଣ୍ଡା, ପ୍ରୋଜେକ୍ଟ ଡିରେକ୍ଟର , center of excellence for studies in classical odia ଅନ୍ୟତମ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ |

୨୪ ତମ କଳିଙ୍ଗ ପୁସ୍ତକ ମେଳା କମିଟିର ପୁର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ ୨୦୨୧ ପୁରସ୍କାରପ୍ରାପ୍ତ ଲେଖକ/ଲେଖିକା

ଉପନ୍ୟାସ ବିଭାଗରେ ପଞ୍ଚାନନ କାନୁନଗୋଙ୍କ ”ମହାକାଳ” , ପ୍ରବନ୍ଧ ବିଭାଗରେ ଡ଼ଃ ଦେବେନ୍ଦ୍ର ନାଥ ମାନସିଂହଙ୍କ ”କୋଭିଡ-19”, ଗୀତିକବିତା ବିଭାଗରେ ଡ଼ଃ କିଶୋର ମହାନ୍ତିଙ୍କ ”ଜହ୍ନ ରାତିର ଗୀତି”, କ୍ଷୁଦ୍ରଗଳ୍ପ ବିଭାଗରେ ଶାନ୍ତନୁ କୁମାର ନାୟକଙ୍କ ”ଅବତୀର୍ଣ୍ଣ”, ବ୍ୟଙ୍ଗ ବିଭାଗରେ ମନୋରମା ସାହୁଙ୍କ ”ନିଶ ନିଉଜ”, କବିତା ବିଭାଗରେ ସୁଶୀଲ କୁମାର ପାଣିଗ୍ରାହୀଙ୍କ ”ରେସର ଅନ୍ତିମ ଘୋଡା”, ଶିଶୁ ସାହିତ୍ୟ କବିତା ବିଭାଗରେ ସୁଧା ପଟ୍ଟନାୟକଙ୍କ ”ପେଟପୁରା”, ଅନୁବାଦ ବିଭାଗରେ ଜୟଶ୍ରୀ ଦାସଙ୍କ ”ପେଟ”
9-ଧର୍ମ ପୁସ୍ତକ ବିଭାଗରେ ଦେବେନ୍ଦ୍ର ନାଥ ଦାଶଙ୍କ ”ରାମକଥା”, ଶିଶୁ ଗଳ୍ପ ବିଭାଗରେ ଡ଼ଃ. ହେମନ୍ତ କୁମାର ଛୋଟରାୟଙ୍କ ”ପିଲାଙ୍କ ଆଦିବାସୀ ଲୋକ କାହାଣୀ”, ନାଟକ ବିଭାଗରେ ଡ଼ଃ. ସୁମିତ୍ରା ମିଶ୍ରଙ୍କ ”ବିସ୍ଥାପନ” ପୁସ୍ତକକୁ ୨୪ ତମ କଳିଙ୍ଗ ପୁସ୍ତକ ମେଳା କମିଟିର ପୁର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ ୨୦୨୧ ରେ ସମ୍ମାନିତ କରାଯାଇଥିଲା |

ସମାଜସେବା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ପାଇଁ ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡାଙ୍କୁ କଳିଙ୍ଗ ପୁସ୍ତକ ମେଳା ସମ୍ମାନରେ ସମ୍ମାନିତ କରାଯାଇଥିଲା | ସମ୍ପାଦିକା ରେଣୁକା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚମକଚାନ୍ଦିନୀ ଦାଶ ମଞ୍ଚ ପରିଚାଳନା କରିଥିଲେ | ପୂର୍ଣ୍ଣାନନ୍ଦ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ |

Leave a Reply

Your email address will not be published. Required fields are marked *