ରୋଟାରି କ୍ଲବ ନିୟୁ ହୋରାଇଜନର ଅଧିଷ୍ଠାନ ଉତ୍ସବ

ଭୁବନେଶ୍ୱର : ରୋଟାରି କ୍ଲବ ନିୟୁ ହୋରାଇଜନର ୧୬ତମ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ୟୁନିଟ – 1 ସ୍ଥିତ ମଦର ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହେଇଯାଇଅଛି | କ୍ଲବ ର ସଭାପତି ରିତୁ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀମତୀ ସୁଲତା ଦେଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଡ଼ି . ଜି . ଇ ରୋଟାରୀଆନ ଜୟଶ୍ରୀ ମହାନ୍ତି ମୁଖ୍ୟ ବକ୍ତା ଏବଂ ରୋଟାରୀଆନ ଯାଜ୍ଞଶିଶ ମହାପାତ୍ର ଡ଼ି . ଜି . ଏନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ମଞ୍ଚ ଦାୟିତ୍ୱ ତୁଲାଇ ଥିଲେ ଚାଟାର୍ଡ ପ୍ରେସିଡେଣ୍ଟ ଡ଼ .ଜୟନ୍ତୀ ଜଗଦେବ | ରୋଟାରୀଆନ କଳ୍ପନା ଦାସ 2021 – 2022 ବର୍ଷର ବିବରଣୀ ପ୍ରଦାନ କରିଥିଲେ | ଏହି ଅବସରରେ ବିଶିଷ୍ଟ ସମାଜସେବୀ ଓ କଳିଙ୍ଗ ପୁସ୍ତକ ମେଳାର ସମ୍ପାଦିକା ତଥା ରୋଟାରୀଆନ ରେଣୁକା ମିଶ୍ରଙ୍କୁ 2022 – 23 ବର୍ଷର ସଭାପତି ଭାବେ ଦାୟିତ୍ୱ ଅର୍ପଣ କରାଯିବା ସହିତ ସମ୍ପାଦିକା ଭାବେ ଶକୁନ୍ତଳା ମୁର୍ମୁ ଙ୍କୁ ନିଯୁକ୍ତି ମିଳିଥିଲା |

କାର୍ଯ୍ୟକ୍ରମର ନୂତନ ସଦସ୍ୟ ଭାବେ ଲେଖିକା ଡ଼. ସୁମିତ୍ରା ମିଶ୍ର, ସମାଜସେବିକା ଗୀତାଞ୍ଜଳି ପଣ୍ଡା , ଲେଖିକା ସୁଧା ପଟ୍ଟନାୟକ ,ପ୍ରଫେସର ତସନିମ ତଵସୁମ, ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସଭାର ରାଜ୍ୟ ସଂଯୋଜିକା ଗୀତାଞ୍ଜଳି ପଣ୍ଡା ଓ ସୁ ଗୃହିଣୀ ସ୍ନିଗିଧା ପଣ୍ଡା ଙ୍କୁ ରୋଟାରୀଆନ ମର୍ଯ୍ୟଦା ପ୍ରଦାନ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଏଜି ରୋଟାରୀଆନ ରେଖା ଦାସ, ରୋଟାରୀଆନ ଡ଼ . ଶ୍ରୀ ମିଶ୍ର ,ରୋଟାରୀଆନ ଡ଼ .ବିଜୟା ମିଶ୍ର ,ରୋଟାରୀଆନ ଡ଼ .ତରୁଲତା ଦ୍ୱିବେଦୀ ,ରୋଟାରୀଆନ କଳ୍ପନା ଦାସ ,ରୋଟାରୀଆନ ପୂରବୀ ଦାସ ,ରୋଟାରୀଆନ ଶର୍ମିଲି ରାୟ , ରୋଟାରୀଆନ ଡ଼. ଇନ୍ଦ୍ରାଣୀ ରଥ , ରୋଟାରୀଆନ ଗାୟତ୍ରୀ ମହାପାତ୍ର , ରୋଟାରୀଆନ ଡ଼ . ରିତା ଅଧିକାରି , ରୋଟାରୀଆନ ଶ୍ଵେତା ନରୁଲା ,ରୋଟାରୀଆନ ରାଜଶ୍ରୀ ପଟ୍ଟନାୟକ,ରୋଟାରୀଆନ ମୀନା ସେନାପତି ,ରୋଟାରୀଆନ ଗୀତା ତ୍ରିପାଠୀ ଉପସ୍ଥିତ ଥିଲେ | ରୋଟାରୀଆନ ଚିନ୍ମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ନୂତନ ସଭାପତି ରୋଟାରୀଆନ ରେଣୁକା ମିଶ୍ର ଚଳିତ ବର୍ଷର ପଦପଦବୀ ଓ ଦାୟିତ୍ୱ ସମ୍ବନ୍ଧରେ ଘୋଷଣା କରିଥିଲେ |

ଆଜିର ଏହି କାର୍ଯ୍ୟକ୍ରମରେ ବହୁ କ୍ଲବର କର୍ମକର୍ତ୍ତା , ଉଚ୍ଚପଦସ୍ଥ ଅଧିକାରୀ ,ବୁଦ୍ଧିଜୀବୀ ତଥା ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ |

Leave a Reply

Your email address will not be published. Required fields are marked *