- ଭୁବନେଶ୍ବର ଏମସରେ ଜଣେ ରୋଗୀଙ୍କର ହେପାଟିକ୍ ଭେନ୍ ଆଞ୍ଜିଓପ୍ଲାଷ୍ଟି ଏବଂ ଷ୍ଟେଣ୍ଟିଂ କରାଯାଇଛି। ଓଡ଼ିଶାରେ ଏଭଳି କରାଯିବା ପ୍ରଥମ ଘଟଣା। ଏମସର ରେଡ଼ିଓ ଡାଇଗ୍ନୋସିସ୍ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବିଶ୍ବଜିତ ସାହୁଙ୍କ ନେତୃତ୍ବରେ ଏକ ଡାକ୍ତରୀଦଳ ଦ୍ବାରା ଏହି ଜଟିଳ ପ୍ରକ୍ରି୍ୟା ସଂପନ୍ନ ହୋଇଛି।
- ଶିକ୍ଷୟିତ୍ରୀ ମମିତା ନିଖୋଜ ଘଟଣା; ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି, ମହିଳା ମୋର୍ଚ୍ଚାର ଏକ ଟିମ୍ ଘଟଣାସ୍ଥଳକୁ ଯିବ, କାଲି ୫ ଜଣିଆ ପ୍ରତିନିଧି ଦଳ ୨ ଦିନିଆ କଳାହାଣ୍ଡି ଗସ୍ତ କରିବ, ମମିତାଙ୍କ ଘର, ଥାନା ଓ କଲେଜ ଯିବ ପ୍ରତିନିଧି ଦଳ- ସମୀର ମହାନ୍ତି