ରାଜଧାନୀର ଇନଫୋସିଟି ଥାନା ଅଧୀନ ଲେବର କ୍ୟାମ୍ପସ ଭିତରେ ଥିବା ଏକ ନିର୍ମାଣଧିନ କୋଠା ଭିତରେ ହୋଇଛି ହତ୍ୟାକାଣ୍ଡ ; ମୃତକ ଜଣଙ୍କ ହେଲେ ଅନାଥ ସେଠୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ହୋଇଛି । ଘରୋଇ ଇନଫୋସିଟି ଥାନା ଅଧୀନ ଲେବର କ୍ୟାମ୍ପସରେ ଭିତରେ ଥିବା ଏକ ନିର୍ମାଣଧିନ କୋଠା ଭିତରେ ହୋଇଛି ହତ୍ୟାକାଣ୍ଡ । ମୃତକ ଜଣଙ୍କ ହେଲେ ଅନାଥ ସେଠୀ । ସେପଟେ ଅଭିଯୁକ୍ତ ସୁରେନ୍ଦ୍ରକୁ ଇନ୍ଫୋସିଟି ଥାନା ଅଟକ ରଖି ପଚରାଉଚରା କରୁଛି ।
ବୁଧବାର ସାମାନ୍ୟ ବଚସାକୁ କେନ୍ଦ୍ର କରି ସୁରେନ୍ଦ୍ର ଦାସ ଏକ କାଠ ପାଳିଆରେ ଅନାଥକୁ ପିଟିପିଟି ଲହୁ ଲୁହାଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ମୃତ ଅନାଥ ଓ ସୁରେନ୍ଦ୍ରଙ୍କ ଘର ଗଞ୍ଜାମ ଜିଲା ତାଳସର ଗାଁରେ । ଉଭୟ ଲେବର ଭାବେ ଭୁବନେଶ୍ୱରରେ କାମ କରନ୍ତି । ଇନ୍ଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲର କୋଠା ନିର୍ମାଣରେ ଉଭୟ ଲେବର ଭାବେ କାମ କରନ୍ତି । ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଫଳରେ ସୁରେନ୍ଦ୍ର ଉତ୍ୟକ୍ତ ହୋଇ ପାଖରେ ପଡ଼ିଥିବା ଏକ କାଠ ଫଳିଆରେ ଅନାଥର ମୁଣ୍ଡକୁ ପିଟିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଅନାଥକୁ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଆଜି ଅନାଥର ମୃତ୍ୟୁ ହୋଇଥିବା ଇନ୍ଫୋସିଟି ଥାନା ପକ୍ଷରୁ କୁହାଯାଇଛି ।
“ଆମେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛୁ। ଘଟଣା ସ୍ଥଳକୁ ପୋଲିସ ଟିମ ଯାଇ ତଦନ୍ତ ଆରମ୍ଭ କରିଛି । ହତ୍ୟାରେ ବ୍ୟବହୃତ ରକ୍ତ ଲଗା କାଠ ଫାଳିଆକୁ ଜବତ କରିଛୁ । ସ୍ଥାନୀୟ ଲୋକଙ୍କ ବୟାନ ରେକର୍ଡ଼ କରାଯାଇଛି । ଏବେ ହତ୍ୟାର କାରଣ ଜଣା ପଡ଼ିନି, ଅଭିଯୁକ୍ତ ସୁରେନ୍ଦ୍ରକୁ ଆମେ ଅଟକ ରଖି ପଚରାଉଚାର କରୁଛି ।
ପୋଲିସ କହିବାନୁଯାୟୀ, ଫରେନସିକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ। ରକ୍ତ ନମୁନା ସହ ବିଭିନ୍ନ ନମୁନା ସଂଗ୍ରହ କରିବ। ପାରିପାର୍ଶ୍ବିକ ସ୍ଥିତି ଦେଖି ତଦନ୍ତ ଆରମ୍ଭ କରାଯିବ । ସେପଟେ ମୃତ ଅନାଥଙ୍କ ପରିଵାର ଲୋକଙ୍କୁ ଖବର ଦିଆଯାଇଛି । ପୋଲିସ ପହଞ୍ଚିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

Leave a Reply

Your email address will not be published. Required fields are marked *