ଘାଇକୁ ଖସିଲା ଯାତ୍ରୀବାହୀ ବସ୍‌ ; ୭ ଜଣ ମୃତ୍ୟୁ

ହାଇଦ୍ରାବାଦ : ଘାଇକୁ ଖସି ପଡିଲା ଯାତ୍ରୀବାହୀ ବସ୍‌। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ଗୁରୁତର ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଆନ୍ଧ୍ରପ୍ରେଦଶର ଚିତ୍ତୋର ଜିଲ୍ଲାର ଭାକରାପେଟ ଠାରେ।

ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଘରୋଇ ବସ୍‌ଟି ବିବାହ ଉତ୍ସବରେ ଯୋଗ ଦେଇଥିବା୬୩ ଜଣଙ୍କୁ ନେଇ ଅନନ୍ତପୁର ଜିଲ୍ଲା ଧର୍ମଭରମରୁ ଚିତ୍ତୋର ନାଗରି ନିକଟସ୍ଥ ଏକ ଗାଁକୁ ଯାଉଥିଲା। ବସ୍‌ଟି ଘାଟି ରୋଡ୍‌ ଦେଇ ଯାଉଥିବା ବେଳେ ଅଉଡୁପୁଟପ୍ପ ଘାଟିରେ ଖସିପଡ଼ିଥିଲା।

ଖବର ପାଇ ପୁଲିସ, ଉଦ୍ଧାରକାରୀ ଦଳ ଓ ଅଗ୍ନଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ବସ୍‌ଟି ୫୦ ଫିଟ ତଳକୁ ଖସିପଡ଼ିଥିବାରୁ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ତେଣୁ ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ପୀଡ଼ିତମାନଙ୍କୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ସମ୍ପର୍କରେ ତିରୁପିତ ଏସ୍‌ପି କହିଛନ୍ତି ‘ଡ୍ରାଇଭର ଅବହେଳା ଯୋଗୁ ବସ୍‌ଟି ଘାଇ ଭିତରକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତଦନ୍ତ ଜାରି ରହିଛି।’

ସେପଟେ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରନେଶ ମୁଖ୍ୟମନ୍ତ୍ରୀ ଜଗନ୍ନମୋହନ ରେଡ୍ଡୀ। ସେ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଓ ଗୁରୁତରଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏଥିସହ ଦୁର୍ଘଟଣାରେ ଗୁରୁତର ଥିବା ଲୋକଙ୍କୁ ଯେଭଳି ଉତ୍ତମ ଚିକିତ୍ସା ମିଳିପାରିବ ସେ ନେଇ ସେ ସ୍ୱାସ୍ଥ୍ୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *