ଆଜିଠୁ ବଢ଼ିବ ତାପମାତ୍ରା ; ୪୦ ଡିଗ୍ରୀ ମୁହାଁ ପାରଦ

ଭୁବନେଶ୍ୱର : ଆଜିଠୁ ବଢିବ ତାପମାତ୍ରା । ଖରାରେ ସିଝିବ ସାରା ଓଡ଼ିଶା । କେତେକ ସ୍ଥାନରେ ୪୦ ଡିଗ୍ରୀ ମୁହାଁ ହେଲାଣି ପାରଦ । ଏହାଦେଖି ଏବେଠୁ ଲୋକଙ୍କ ମନରେ ଛାନିଆ ପଶିଗଲାଣି। ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଅନୁଗୁଳରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ ବାରିପଦା, ସୋନପୁରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିଲା । ସେହିପରି ୧୨ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା। ରାଜଧାନୀ ଭୁବନେଶ୍ୱରରେ ୩୮.୧ ଏବଂ କଟକରେ ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା ।

Leave a Reply

Your email address will not be published. Required fields are marked *