ବାଇକ୍‌ରେ ଯାଉଥିବା ବେଳେ ପିଟିଦେଲା ଟ୍ରକ୍‌ ; ବାପା-ଝିଅ ମୃତ

ଅନୁଗୁଳ : ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍‌ରେ ଯାଉଥିବା ବେଳେ ପିଟିଦେଲା ଟ୍ରକ୍‌ | ଘଟଣାସ୍ଥଳରେ ଆଖିବୁଜିଲେ ବାପା-ଝିଅ। ଏଭଳି ଏକ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଖମାର ଥାନା କଲଣ୍ଡା ପେଟ୍ରୋଲ ପମ୍ପ ନିକଟରେ।

ସୂଚନା ମୁତାବକ, ମୃତକ ଦୁଇ ଜଣ ହେଲେ ସୁନିଲ କୁମାର ସାହୁ ଓ ସଙ୍ଗୀତା ସାହୁ। ସୁନିଲ ସାହୁ କଣିହାଁ ବ୍ଲକରେ କାମ କରୁଥିଲେ। ଝିଅ ସଙ୍ଗୀତା ସାହୁ କଣିହାଁ ବ୍ଲକରେ ଅଙ୍ଗନୱାଡିର ସୁପର ଭାଇଜର ରୂପେ କାମ କରୁଥିଲେ। ଆଜି ସକାଳେ ସୁନିଲ ଖମାର ଅଞ୍ଚଳରୁ କଣିହାଁ ଅଭିମୁଖେ ନିଜ ଝିଅ ନେଇ ବାଇକ୍‌ରେ ଯାଉଥିଲେ। ଏତିକି ବେଳେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପା ଝିଅଙ୍କ ମୃତ୍ୟୁ ହୋଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରକୁ କାବୁ କରି ନିସ୍ତୁକ ମାଡ କାରିଛନ୍ତି ଲୋକେ। ଫଳରେ ଟ୍ରକ୍‌ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ଖମାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣା ବିଷୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଟ୍ରକ୍‌କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *