ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବାବେଳେ, ବୁଡିଯାଇଥିଲେ ଦୁଇ ସାଙ୍ଗ ; ୨ ଜଣଙ୍କ ମୃତ୍ୟୁ

ଗାଧୋଇବା ବେଳେ ବ୍ରହ୍ମଣୀରେ ବୁଡିଗଲେ ଦୁଇ ସାଙ୍ଗ । ସ୍ଥାନୀୟ ଲୋକେ ଦୁଇ ସାଙ୍ଗଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଆଜି ଅପରାହ୍ନରେ ଏପରି ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ଘଟିଛି ।

ଧର୍ମଶାଳା ଥାନା କୁମରୀ ଗାଁର ସୌମ୍ୟରଞ୍ଜନ ମହାରଣା, ଦେଓଗା ଗୋବିନ୍ଦ ରଣା ଓ ଅନ୍ୟ ୨ ସାଙ୍ଗଙ୍କ ସହ ମିଶି ବ୍ରହ୍ମଣୀ ନଦୀର ଗୋକର୍ଣ୍ଣେଶ୍ୱର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ଦୁଇ ସାଙ୍ଗ ପ୍ରଥମେ ପଳାଇ ଆସିଥିଲେ । ହେଲେ ସୌମ୍ୟ ଓ ଗୋବିନ୍ଦ ଗାଧୋଉଥିଲେ। ସେହି ସମୟରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁଇ ସାଙ୍ଗଙ୍କୁ ପାଣିରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *