ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହକୁ ବାରଣ କରିବାରୁ ନିଜର ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କଲା ପିଶାଚ ବାପା

ନୟାଗଡ଼/ଭାପୁର: ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହକୁ ବାରଣ କରିବାରୁ ନିଜର ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା। ଆଉ ଏଥିରେ ଅଭିଯୁକ୍ତ ପ୍ରକାଶ ମହାନ୍ତିକୁ ସାହାଯ୍ୟ କରିଥିଲେ ନାବାଳକ ପୁଅଙ୍କ ଜେଜେମା ସୌରୀ ମହାନ୍ତି। ରାତିରେ ମାରିବା ପରେ ଉଭୟଙ୍କ ମୃତଦେହକୁ ଟଙ୍ଗାଇ ଦେଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଆଜି ତଦନ୍ତ ପରେ ନୟାଗଡ଼ ଏସ ସୁଶ୍ରୀ ଏଭଳି ସୂଚନା ଦେଇଛନ୍ତି। ଉଭୟ ବାପା ଓ ଜେଜେମା ଘଟଣାକୁ ସ୍ବୀକାର କରିଛନ୍ତି। ପୁଲିସ ଉଭୟଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଗାମୁଛାକୁ ଜବତ କରିଛି। ଏଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏଯାଏ ଅନ୍ୟ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନଥିବା ହେତୁ ଦୁଇ ନାବାଳକଙ୍କ ମାମୁ କ୍ଷୋଭ ପ୍ରକାଶ କରିଛନ୍ତି।

ଧାନଚାଙ୍ଗଡ଼ା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ବାହା ହୋଇଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ ପୁଅ ୧୪ ବର୍ଷ ହୋଇଥିଲା ବେଳେ ସାନପୁଅ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀ ୩ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ପୁନର୍ବାର ପ୍ରକାଶ ଦ୍ୱିତୀୟ ବିବାହ ପାଇଁ ରବିବାର ପ୍ରସ୍ତାବ ଆସିବାରୁ ଦୁଇ ପୁଅ ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ପ୍ରକାଶ ମହାନ୍ତି ନିଜର ଦୁଇ ପୁଅଙ୍କ ତଣ୍ଟିଚିପି ଦେଇ ମାରିବା ପରେ ଆତ୍ମହତ୍ୟା ରୂପ ଦେଇଥିଲେ। ଏଥିରେ ନାବାଳକ ପୁଅଙ୍କ ଜେଜେମା ସୌରୀ ମହାନ୍ତି ସହଯୋଗ କରିଥିଲେ। ତେବେ ଏଯାଏ ଅନ୍ୟ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନଥିବା ହେତୁ ଦୁଇ ନାବାଳକଙ୍କ ମାମୁ କ୍ଷୋଭ ପ୍ରକାଶ କରିଛନ୍ତି। ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଦୁଇ ପିଲାଙ୍କ ବାପା ପ୍ରକାଶଙ୍କୁ ଅଟକ ରଖିଥିଲା। ଆଜି ଉଭୟଙ୍କୁ ପୁଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *