ରାଜଧାନୀରେ ବିଶ୍ଵ ରେଡିଓ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ରେଡ଼ିଓ ଦିବସ 2012 ରୁ ଓଡିଶା ରେ ପାଳିତ କରାଯାଉଛି । ବିଶ୍ୱ ରେଡ଼ିଓ ଦିବସ ର 10ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ସ୍ଥିତ ଦୁଇଟି ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ଏବଂ ପ୍ରଶାନ୍ତି ଏଯୁକେସନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏହି ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ଓଡିଶା ବିଧାନ ସଭା ର ବାଚସ୍ପତି ମାନ୍ୟବର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର, ରାଜ୍ୟର ସୁନାମାଧନ୍ୟ ୱେବ ଡ଼ିଜାଇନର ତଥା ଗଣମାଧ୍ୟମ ଆକ୍ଟିଭିଷ୍ଟ ଇଞ୍ଜିନିଅର ବିରେନ ଦାସ, ଭାରତ ସରକାରଙ୍କର ସୂଚନା ଓ ପ୍ରସାର ବିଭାଗ ର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ର ପୋଗ୍ରାମ କୋଅର୍ଡିନେଟର ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରସାଦ ଜେନା, ଓଡିଶା ସରକାରଙ୍କ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ର ବରିଷ୍ଠ ପ୍ରବନ୍ଧକ ସୁଶ୍ରୀ ସଂଯୋଗୀତା ମିଶ୍ର ଯୋଗଦେଇ, ରେଡ଼ିଓ ର ଉପକାରିତା, ନିରବଛିନ୍ନ ଭାବେ ଗ୍ରାମୀଣ ଓ ସାରାରାଞ୍ଚଳ ର ଲୋକମାନଙ୍କ ସହିତ ନିବିଡ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ଟି କୁ ପରିବେଶବିତ ରୋଟାରୀଆନ ପ୍ରଫେସର ଡ଼ ଅଚ୍ୟୁତାନନ୍ଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଅସ୍ତିତ୍ବ ଓ PECT ତରଫରୁ ଏକ ପ୍ରତିଯୋଗିତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । କାଯ୍ୟକ୍ରମରେ ବହୁ ପ୍ରତିଯୋଗୀମାନେ ଓଡ଼ିଆ ବାହାରୁ ମଧ୍ୟ୍ୟ ରେଡ଼ିଓ ସହ selfy ପଠାଇ ପୁରସ୍କାର ପାଇଥିଲେ । କାର୍ଯ୍ୟକ୍ରମ ରେ କଣ୍ଠଶିଳ୍ପୀ ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ଙ୍କୁ ସନମାନ୍ୱିତ କରାଯାଇଥିଲା ଓ କେତେକ ପ୍ରତିଯୋଗୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତ୍ୟେକ ଅଂଶଗ୍ରହଣ କାରୀଙ୍କୁ ଉପହାର ଦେଇ ରେଡ଼ିଓ ସହ ତାଙ୍କର ସମ୍ପର୍କ କୁ ସନମାନିତ କରାଯଇଥିଲା । ବିଭିନ୍ନ ପ୍ରକାର ରେଡ଼ିଓ ର ଫୋଟୋଦ୍ୱାରା ଲୋକମାନଙ୍କୁ ରେଡ଼ିଓ ପ୍ରତି ଆଗ୍ରହ କରାଯାଇଥିଲା | ମୋଟ ଉପରେ ଏହି କାର୍ଯ୍ୟକ୍ରମ ଟି ଅଂଶଗ୍ରହଣ କାରୀଙ୍କ ପାଇଁ ନିର୍ଦ୍ଧାରିତ କରାଯାଇ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ଅସ୍ତିତ୍ବ ର ସମ୍ପାଦିକା ଡ଼. ମମତା ଦାଶ ସଂଚଳନା କରିଥିଲେଏବଂ PECT ର ଅଧକ୍ଷ୍ୟା ଶ୍ରୀମତୀ ତପସ୍ୱିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *